ତ୍ରିରଙ୍ଗ ପତାକା ଆମଦାନି ଉପରେ ନିଷେଧାଦେଶ ଜାରି କଲେ ସରକାର

ନୂଆଦିଲ୍ଲୀ: କେବଳ ଚୀନ୍‌ର ଏଲ୍‌ଇଡି ଲାଇଟ୍‌, ଗଣେଶ ଓ ଲକ୍ଷ୍ମୀଙ୍କ ପ୍ରତିମା ନୁହେଁ, ସୀମା ଆରପାରିରୁ ଆସୁଥିବା ତ୍ରିରଙ୍ଗ ପତାକା ମଧ୍ୟ ଭାରତୀୟ ନିର୍ମାତାଙ୍କ ପାଇଁ ଅସୁବିଧାର କାରଣ ହେବା ସହ ଫ୍ଲାଗ୍‌ କୋଡ୍‌ ମଧ୍ୟ ଉଲ୍ଲଂଘନ କରୁଛି। ଏଥିପାଇଁ ସରକାର ଜାତୀୟ ପତାକା ଉତ୍ପାଦନ ଉପରେ ନିଷେଧାଦେଶ ଜାରି କରିଛନ୍ତି।

ଶୁକ୍ରବାର ଦିନ ଜାରି ହୋଇଥିବା ବିଜ୍ଞପ୍ତିରେ ବୈଦେଶିକ ବାଣିଜ୍ୟର ମହାନିର୍ଦେଶକ ଭାରତୀୟ ଜାତୀୟ ପତାକା ଆମଦାନି ଉପରେ ନିଷେଧାଦେଶ ଜାରି କରିଛନ୍ତି। ଏହାର ନିର୍ମାଣ ଭାରତର ଫ୍ଲାଗ୍‌ କୋଡ୍‌ରେ ଉଲ୍ଲେଖ କରାଯାଇଥିବା ଧାରା ଉପରେ ଆଧାରିତ ନୁହେଁ ବୋଲି କୁହାଯାଇଛି।

Image Source: The Economics Times

କୋଡ୍‌ରେ ଉଲ୍ଲେଖ ଅଛି ଯେ ତ୍ରିରଙ୍ଗ ପତାକା କେବଳ ହାତ କଟା, ହାତ ବୁଣା ପଶମ, ସୂତା, ରେଶମ ଖଦୀ ଆଦିରେ ତିଆରି ହୋଇଥିବା ଆବଶ୍ୟକ। ଜାତୀୟ ପତାକା ତିଆରି ପାଇଁ କେବଳ ଖଦୀ ଓ ଗ୍ରାମ୍ୟ ଶିଳ୍ପ କମିସନକୁ ଅନୁମତି ଦିଆଯାଇଛି। ଆଜି କାଲି ବିଭିନ୍ନ ସ୍ଥାନରେ ବିକ୍ରୟ କରାଯାଉଥିବା ଭାରତୀୟ ଜାତୀୟ ପତାକାଗୁଡ଼ିକ ପ୍ଲାଷ୍ଟିକ୍‌ କିଂବା ଅଣ-ଖଦୀ କପଡ଼ାରେ ତିଆରି।

ଏଗୁଡ଼ିକ ସୀମାପାରି ଦେଶରୁ ଆମଦାନି ହେଉଥିବାରୁ କେଭିଆଇସିର ବିପୁଳ କ୍ଷତି ହେଉଛି। ୨୦୧୭-୧୮ ବର୍ଷରେ କେଭିଆଇସି ନିର୍ମିତ ଜାତୀୟ ପତାକା ସମୁଦାୟ ବିକ୍ରୟ ରାଶି ଥିଲା ୩. ୭ କୋଟି ଟଙ୍କା। ୨୦୧୮-୧୯ରେ ତାହା ୧୪% ହ୍ରାସ ପାଇ ୩. ୨ କୋଟି ଟଙ୍କାରେ ପହଞ୍ଚିଛି। ଚଳିତ ଆର୍ଥିକ ବର୍ଷର ପ୍ରଥମାର୍ଦ୍ଧରେ ୨ କୋଟି ଟଙ୍କାରୁ କମ୍‌ ମୂଲ୍ୟର ଜାତୀୟ ପତାକା ବିକ୍ରି ହୋଇଛି।

ସମ୍ବନ୍ଧିତ ଖବର