ନୂଆଦିଲ୍ଲୀ: ଚୀନ୍‌ ଏବଂ ଜାପାନରେ କରୋନା ସଂକ୍ରମଣର ସୁନାମୀ ଚାଲିଥିବା ବେଳେ ଭାରତରେ ମଧ୍ୟ ଦୈନିକ ସଂକ୍ରମଣ ସାମାନ୍ୟ ବୃଦ୍ଧି ପାଇଥିବା ଜଣାପଡ଼ିଛି। ଆଜି ସକାଳ ୮ଟା ସୁଦ୍ଧା ଗତ ୨୪ ଘଣ୍ଟାରେ ୨୨୭ ନୂଆ ସଂକ୍ରମିତ ଚିହ୍ନଟ ହୋଇଛନ୍ତି ଏବଂ ସକ୍ରିୟ ମାମଲା ୩୪୨୪ରେ ପହଞ୍ଚିଛି। ଦେଶରେ ଏବେ କରୋନାରୁ ଆରୋଗ୍ୟ ହାର ୯୮.୮୦ ପ୍ରତିଶତ ରହିଛି।

Advertisment

ସଂପ୍ରତି ବୈଶ୍ବିକ ସଂକ୍ରମଣର ବିପଜ୍ଜନକ ସ୍ଥିତିକୁ ଦେଖି ଭାରତ ସରକାର ଆଲର୍ଟ ରହିଛନ୍ତି ଏବଂ ବିଭିନ୍ନ ରାଜ୍ୟରେ ସତର୍କତା ପଦକ୍ଷେପ ଗ୍ରହଣ କରାଯାଇଛି। କେନ୍ଦ୍ର ସରକାର ନୂଆବର୍ଷକୁ ଦୃଷ୍ଟିରେ ରଖି ଗତକାଲି ଜାରି କରିଥିବା ନିର୍ଦ୍ଦେଶାବଳିରେ ମାସ୍କ ପିନ୍ଧିବା ଏବଂ ବିଦେଶ ଯାତ୍ରାକୁ ଏଡ଼ାଇବା ପାଇଁ କହିଛନ୍ତି। ଜନସାଧାରଣ କରୋନାର ସମସ୍ତ ପ୍ରୋଟକଲ ପାଳନ କରିବା ପାଇଁ ଏଥିରେ କୁହାଯାଇଛି। ଇତିମଧ୍ୟରେ ସରକାର ଘରୋଇ ହସ୍ପିଟାଲରେ ନାକରେ ଦିଆଯାଉଥିବା କୋଭିଡ ଟିକା (ନାଜାଲ ଭାକ୍ସିନ)କୁ ମଂଜୁରି ଦେଇଛନ୍ତି ଏବଂ ଏ ବାବଦ ତଥ୍ୟ କୋୱିନ୍‌ ଆପ୍‌ରେ ଉପଲବ୍ଧ ହେଉଛି ।