ଭୋପାଳ: କେବଳ ରାଜ୍ୟବାସୀଙ୍କୁ ମିଳିବ ସରକାରୀ ଚାକିରି, କିଛି ଏଭଳି ଘୋଷଣା କରିଛନ୍ତି ମଧ୍ୟପ୍ରଦେଶ ମୁଖ୍ୟମନ୍ତ୍ରୀ | ମଧ୍ୟପ୍ରଦେଶ ସରକାରଙ୍କ ଅଧୀନରେ ଥିବା ସମସ୍ତ ପଦବୀ ଏଣିକି ସେଠାକାର ରାଜ୍ୟବାସୀଙ୍କ ପାଇଁ ସଂରକ୍ଷିତ ରହିବ ବୋଲି ମୁଖ୍ୟମନ୍ତ୍ରୀ ଶିବରାଜ ସିଂ ଚୌହାନ ଘୋଷଣା କରିଛନ୍ତି। ଏଥିପାଇଁ ଆବଶ୍ୟକ ଆଇନଗତ ପରିବର୍ତ୍ତନ ଶୀଘ୍ର ଆରମ୍ଭ କରାଯିବ ବୋଲି ସେ କହିଛନ୍ତି। ଶିବରାଜ କହିଛନ୍ତି, ମଧ୍ୟପ୍ରଦେଶରେ ସରକାରୀ ଚାକିରି କେବଳ ମଧ୍ୟପ୍ରଦେଶର ପିଲାମାନଙ୍କୁ ଦିଆଯିବ।
ଏଥିପାଇଁ ଆବଶ୍ୟକ ଆଇନଗତ ବ୍ୟବସ୍ଥା କରାଯାଉଛି। ରାଜ୍ୟର ସମ୍ବଳ ଉପରେ ରାଜ୍ୟର ପିଲାମାନଙ୍କର ଅଧିକାର ରହିଛି। ସୂଚନାଯୋଗ୍ୟ ଯେ ରାଜ୍ୟର ୨୭ ଟି ବିଧାନସଭା ଆସନରେ ଉପ-ନିର୍ବାଚନ ଅନୁଷ୍ଠିତ ହେବାକୁ ଯାଉଛି। ବିଧାନସଭା ଉପ-ନିର୍ବାଚନ ପୂର୍ବରୁ ମୁଖ୍ୟମନ୍ତ୍ରୀ ଶିବରାଜ ସିଂ ଚୌହାନ ଅନେକ ଲୋକପ୍ରିୟ ଘୋଷଣା କରୁଛନ୍ତି।
ଏହାପୂର୍ବରୁ ଶିବରାଜ ଘୋଷଣା କରିଥିଲେ ଯେ ଆଦିବାସୀମାନଙ୍କୁ ସାହୁକାରମାନଙ୍କ କବଳରୁ ରକ୍ଷା କରିବା ପାଇଁ ଆମେ ଏକ ନୂତନ ନିୟମ ଆଣିବାକୁ ଯାଉଛୁ | ଏହା ପୂର୍ବରୁ କମଲ ନାଥ ସରକାରଙ୍କ ନିୟମ ଅନୁଯାୟୀ ଶିଳ୍ପପତିମାନେ ଯଦି ମଧ୍ୟପ୍ରଦେଶର ୭୦% ଲୋକଙ୍କୁ ଚାକିରି ଦିଅନ୍ତି ତେବେ ଟିକସ ଛାଡ କରାଯିବ ବୋଲି ଘୋଷଣା କରିଥିଲେ |
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2019/03/jobs.jpg)