ଏୟାରଷ୍ଟ୍ରାଇକ୍‌କୁ ନେଇ କଂଗ୍ରେସ ମନ୍ତ୍ରୀଙ୍କ ବିବାଦୀୟ ବୟାନ, କହିଲେ-‘କେଉଁଆଡେ ଗଲା ଆତଙ୍କବାଦୀଙ୍କ ମୃତଦେହ’

ଜୟପୁର: ଫେବ୍ରୁଆରି ୧୪ରେ ପୁଲଓ୍ଵାମାରେ ଜୈସ୍‌-ଇ-ମହମ୍ମଦ ସଙ୍ଗଠନର ଆତଙ୍କବାଦୀ ଆକ୍ରମଣ ପରେ ପାକିସ୍ତାନରେ ଭାରତୀୟ ବାୟୁସେନା ଏୟାରଷ୍ଟ୍ରାଇକ୍‌ କରିଥିଲା ।  ଏୟାରଷ୍ଟ୍ରାଇକ୍‌ ପରେ ଏହାକୁ ନେଇ କଂଗ୍ରେସ ନେତାମାନେ ଅନେକ ବିବାଦୀୟ ବୟାନ୍‌ ଦେଇଥିଲେ, କିନ୍ତୁ ପାର୍ଟି ପରେ ଏହାର ସଫେଇ ବି ଦେଇଥିଲା। ଗୁରୁବାର ରାଜସ୍ଥାନ ସରକାରର କୃଷିମନ୍ତ୍ରୀ ଗୁଲାବଚନ୍ଦ କଟାରିଆ ପୁଣି ଏୟାରଷ୍ଟ୍ରାଇକ୍‌କୁ ନେଇ ବିବାଦୀୟ ବୟାନ ଦେଇଛନ୍ତି।

ରାଜଧାନୀ ଜୟପୁରରେ ଏକ ସାମ୍ବାଦିକ ସମ୍ମିଳନୀ ସମୟରେ କଟାରିଆ କହିଥିଲେ, ଯଦି ପାକିସ୍ତାନରେ ହୋଇଥିବା ଏୟାରଷ୍ଟ୍ରାଇକ୍‌ରେ ୩୦୦ ଆତଙ୍କବାଦୀଙ୍କ ମୃତ୍ୟୁ ହୋଇଥିଲା ତେବେ ସେମାନଙ୍କ ମୃତଦେହ କେଉଁଆଡେ ଗଲା? କେଉଁଠାରେ ସେମାନଙ୍କ ଶବସଂସ୍କାର କରାଗଲା? ସେମାନଙ୍କ ପରିବାର କେଉଁଠି ଅଛନ୍ତି? ଏହାର ପ୍ରମାଣ ଜନତାଙ୍କୁ ଦେବା ଦରକାର। ଏହି କ୍ରମରେ ସେ ଲୋକସଭା ନିର୍ବାଚନ ଲଢ଼ିବା ନେଇ କହିଛନ୍ତି, ପାର୍ଟି ନିର୍ଣ୍ଣୟକୁ ସେ ମାନିବେ । ଯଦି ପାର୍ଟି ତାଙ୍କୁ ନିର୍ବାଚନ ଲଢ଼ିବାକୁ କହିବ ତେବେ ସେ ନିଶ୍ଚିତ ଲଢ଼ିବେ ଓ ପାର୍ଟିକୁ ସମର୍ଥନ କରିବେ ବୋଲି କହିଛନ୍ତି।

ସମ୍ବନ୍ଧିତ ଖବର