ନୂଆଦିଲ୍ଲୀ: ୨୦୧୮ ଜାନୁଆରି ୮ ତାରିଖ ଠାରୁ ଭାତର ସରକାରଙ୍କ ମୁଦ୍ରାଶାଳ ମୁଦ୍ରା ଉତ୍ପାଦନ ବନ୍ଦ କରିଛି।
ନୋଏଡ଼ା, ମୁମ୍ବାଇ କୋଲକାତା ଏବଂ ହାଇଦ୍ରାବାଦ ଠାରେ ଧାତବ ମୁଦ୍ରା ଉତ୍ପାଦନ ପାଇଁ ଭାରତ ସରକାରଙ୍କର ୪ଟି ମୁଦ୍ରାଶାଳ ରହିଛି।
ଏଠାରୁ ଧାତବ ମୁଦ୍ରା ଉତ୍ପାଦିତ ହେବା ପରେ ରିଜର୍ଭ ବ୍ୟାଙ୍କ୍ ତାହାକୁ ବଜାରକୁ ଛାଡ଼ି ଥାଏ।
ମୁଦ୍ରାଶାଳ ସଂଘ ଏହି ଚାରିଟି ମୁଦ୍ରାଶାଳର ଜେନେରାଲ ମ୍ୟାନେଜର୍ଙ୍କୁ ନୋଟିସ୍ ଜାରି କରି ଜାନୁଆରି ୮ ତାରିଖ ଠାରୁ ମୁଦ୍ରା ଉତ୍ପାଦନ ବନ୍ଦ କରିବାକୁ କହିଛି।
ସରକାରଙ୍କର ଖଜଣାଖାନା ପୂର୍ଣ୍ଣ ହୋଇଯିବାରୁ ଏ ଭଳି ପଦକ୍ଷେପ ନିଆଯାଇଛି। ନିର୍ମିତ ହୋଇଥିବା ବହୁ ପରିମାଣର ମୁଦ୍ରା ଏହି ସବୁ କୋଠରିରେ ଭରି ଯାଇଥିବାରୁ ସେଥିରେ ଆଉ ମୁଦ୍ରା ରଖିବାକୁ ସ୍ଥାନ ନାହିଁ।
ରିଜର୍ଭ ବ୍ୟାଙ୍କ୍ ନେବା ପାଇଁ ସେ ସବୁ ଭଣ୍ଡାର ଘରେ ପ୍ରାୟ ୨୫୦୦ ନିୟୁତ ଧାତବ ମୁଦ୍ରା ଗଚ୍ଛିତ ଅଛି।
ରିଜର୍ଭ ବ୍ୟାଙ୍କ୍ର ଜଣେ ମୁଖପାତ୍ର କହନ୍ତି: ଧାତବ ମୁଦ୍ରା ରିଜର୍ଭ ବ୍ୟାଙ୍କ୍ ତିଆରି କରାଇବାର କର୍ତ୍ତୃପକ୍ଷ ନୁହନ୍ତି। ଏ ସଂକ୍ରାନ୍ତରେ ସରକାରୀ ମୁଦ୍ରାଶାଳଗୁଡ଼ିକର ଜେନେରାଲ୍ ମ୍ୟାନେଜର୍ ହିଁ ମନ୍ତବ୍ୟ ଦେବା ପାଇଁ ଯୋଗ୍ୟ କର୍ତ୍ତୃପକ୍ଷ।
ସେ ଆହୁରି କହିଛନ୍ତି ଯେ, ଧାତବ ମୁଦ୍ରା ନିଅଣ୍ଟିଆ ହୋଇ ନ ଥିବାରୁ ଏହାର ଉତ୍ପାଦନ ବନ୍ଦ ହୋଇଗଲେ ମଧ୍ୟ କିଛି ଅସୁବିଧା ହେବନାହିଁ।
ତିଆରି ହୋଇ ରଖା ଯାଇଥିବା ମୁଦ୍ରା ସବୁକୁ ଭଣ୍ଡାର ଘରୁ ନେଇ ବଜାରକୁ ଛାଡ଼ିବା ପାଇଁ ସରକାର ସୁ ବନ୍ଦୋବସ୍ତ କରିବାକୁ ମୁଦ୍ରା ସଂଘ ଚାହୁଁଛି।