ସରକାରଙ୍କ ନିଷ୍ପତ୍ତି: ପାକିସ୍ତାନ ରାଷ୍ଟ୍ରୀୟ ଦିବସ କାର୍ଯ୍ୟକ୍ରମରେ ସାମିଲ ହେବନି ଭାରତ

ନୂଆଦିଲ୍ଲୀ: ଭାରତର ନୂଆଦିଲ୍ଲୀ ସ୍ଥିତ ପାକିସ୍ତାନ ଉଚ୍ଚାୟୋଗରେ ଆୟୋଜିତ ହେବାକୁ ଥିବା ପାକିସ୍ତାନ ରାଷ୍ଟ୍ରୀୟ ଦିବସରେ ଭାରତର କୌଣସି ଅଧିକାରୀ କିମ୍ବା ପ୍ରତିନିଧିଙ୍କୁ ସାମିଲ ନ ହେବା ପାଇଁ ନିଷ୍ପତ୍ତି ନେଇଛନ୍ତି । ବିଶେଷ ସୂତ୍ରରୁ ଜାଣିବାକୁ ମିଳିଛି ଭାରତ ସରକାର ଏହି ନିଷ୍ପତ୍ତି ନେବା ପଛରେ ଏହି କାରଣ ରହିଛି, କାରଣ ପାକିସ୍ତାନ ଏହି କାର୍ଯ୍ୟକ୍ରମରେ ଜାମ୍ମୁ-କାଶ୍ମୀରର ବିଚ୍ଛିନ୍ନବାଦୀ ନେତାଙ୍କୁ ନିମନ୍ତ୍ରଣ କରୁଛି ।

ଜଣେ ଅଧିକାରୀଙ୍କ କହିବା ଅନୁସାରେ ୨୩ ମାର୍ଚ୍ଚରେ ପାଳନ ହେଉଥିବା ପାକିସ୍ତାନ ରାଷ୍ଟ୍ରୀୟ ଦିବସରେ ଭାରତ ଯୋଗ ଦେବ ନାହିଁ । ଏହି କାର୍ଯ୍ୟକ୍ରମକୁ ଭାରତ କୌଣସି ଅଧିକାରୀଙ୍କୁ ମଧ୍ୟ ପଠାଇବ ନାହିଁ । ଏହି ନିଷ୍ପତ୍ତି ପଛରେ ଅନ୍ୟ ଏକ କାରଣ ହେଉଛି ଭାରତର ପୁଲଓ୍ଵାମା ଆକ୍ରମଣ ଓ ଏହାପରେ ପାକିସ୍ତାନର ବାଲାକୋଟରେ ଥବା ଆତଙ୍କବାଦୀ ଶିବିର ଉପରେ ଭାରତର ଆକ୍ରମଣ । ଏହି ଦୁଇ ଘଟଣା ପରେ ଦୁଇ ଦେଶ ମଧ୍ୟରେ ତିକ୍ତତା ଲାଗିରହିଛି ଏଥି ପାଇଁ ଭାରତ ଏହି କାର୍ଯ୍ୟକ୍ରମରେ ଯୋଗ ନଦେବା ପାଇଁ ନିଷ୍ପତ୍ତି ନେଇଛି ।

ବିଦେଶ ମନ୍ତ୍ରଳାୟର ପ୍ରବକ୍ତା ରବିଶ  କୁମାର ପାକିସ୍ତାନର ରାଷ୍ଟ୍ରୀୟ ଦିବସରେ ନିଜର ପ୍ରତିନିଧିଙ୍କୁ ନ ପଠାଇବାର କାରଣ କହିଛନ୍ତି, ପଡୋଶୀ ଦେଶ ବିଚ୍ଛିନ୍ନତାବାଦୀ ନେତା ଓ ହୁରିୟତ ନେତାଙ୍କୁ ନିମନ୍ତ୍ରଣ କରୁଛି ଏଥି ପାଇଁ ଆମେ ଆମ ପ୍ରତିନଧିଙ୍କୁଏଥିରେ ସାମିଲ ହେବାକୁ ମନା କରିଛୁ ।

ସମ୍ବନ୍ଧିତ ଖବର