ଦେଶରେ ଏକତା କ୍ଷେତ୍ରରେ ସର୍ବୋଚ୍ଚ ବେସାମରିକ ପୁରସ୍କାର ପ୍ରତିଷ୍ଠା କଲେ ସରକାର, ସର୍ଦ୍ଦାର ପଟେଲଙ୍କ ନାଁରେ ପ୍ରଦାନ କରାଯିବ

ନୂଆଦିଲ୍ଲୀ :ଦେଶର ଏକତା ଓ ଅଖଣ୍ଡତା ରକ୍ଷା କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ଲାଗି ସରକାର ଦେଶର ଏକ ସର୍ବୋଚ୍ଚ ବେସାମରିକ ପୁରସ୍କାର ପ୍ରଦାନ ବିଷୟରେ ଘୋଷଣା କରିଛନ୍ତି । ଏହି ପୁରସ୍କାର ପୂର୍ବତନ ଗୃହମନ୍ତ୍ରୀ ସର୍ଦ୍ଦାର ବଲ୍ଲଭଭାଇ ପଟେଲଙ୍କ ନାମରେ ପ୍ରତିଷ୍ଠା କରାଯାଇଛି । ଆସନ୍ତା ଅକ୍ଟୋବର ୩୧ରେ ପଟେଲଙ୍କ ଜନ୍ମ ବାର୍ଷିକୀ ଉପଲକ୍ଷେ ପାଳନ ହେଉଥିବା ଜାତୀୟ ସଂହତି ଦିବସରେ ଏ ନେଇ ଘୋଷଣା କରାଯିବ ।

ଏହି ପୁରସ୍କାର ମାଧ୍ୟମରେ ଭାରତର ଏକତା, ଅଖଣ୍ଡତା ଓ ସଂହତିକୁ ରକ୍ଷା ଦିଗରେ ଉଲ୍ଲେଖନୀୟ ଅବଦାନ ଲାଗି ଏହି ପୁରସ୍କାର ଦିଆଯିବ । ପ୍ରତିବର୍ଷ ରାଷ୍ଟ୍ରପତି ଭବନରେ ଅନୁଷ୍ଠିତ ହେଉଥିବା ପଦ୍ମ ପୁରସ୍କାର ସମାରୋହ ଅବସରରେ ଏହାକୁ ଦିଆଯିବ । ରାଷ୍ଟ୍ରପତି ଏହାକୁ ପ୍ରଦାନ କରିବେ । ଏହି ପୁରସ୍କାର ବାବଦରେ ଏକ ପଦକ ଓ ମାନପତ୍ର ଦିଆଯିବ । ଏଥିପାଇଁ କୌଣସି ଆର୍ଥିକ ରାଶି ଦିଆଯିବ ନାହିଁ । ପ୍ରଧାନମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ଥିବା ଏକ କମିଟି ପ୍ରତିବର୍ଷ ଏହି ପୁରସ୍କାର ବିଜେତାଙ୍କୁ ଚୟନ କରିବେ ।

ସମ୍ବନ୍ଧିତ ଖବର