ଫେସ୍‌ବୁକ୍‌ ଓ ହ୍ଵାଟସ୍‌ ଆପ୍‌କୁ ବ୍ଲକ୍‌ କରି ପାରନ୍ତି ସରକାର !

ନୂଆଦିଲ୍ଲୀ: ସୋସିଆଲ ମିଡିଆରେ ଭାଇରାଲ ହେଉଥିବା ଗୁଜବ ଓ ମିଥ୍ୟା ଖବରକୁ ଦୃଷ୍ଟିରେ ରଖି ସରକାର ଏକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନେବାକୁ ଯାଉଛନ୍ତି। ସରକାର ସୋସିଆଲ ମିଡିଆ ଆପ୍‌ ଯେମିତି ହ୍ଵାଟସ୍‌ଆପ୍‌, ଫେସ୍‌ବୁକ୍‌, ଇନ୍‌ଷ୍ଟାଗ୍ର୍ରାମ ଓ ଟେଲିଗ୍ରାମକୁ ବ୍ଲକ୍‌ କରିବାର ବିଚାର କରୁଛନ୍ତି। ତେବେ ସରକାର ରାଷ୍ଟ୍ରୀୟ ସୁରକ୍ଷାକୁ ଦୃଷ୍ଟିରେ ରଖି ଏପରି କରିବା ପାଇଁ ନିଷ୍ପତ୍ତି ନେଇଛନ୍ତି। ଏଥିପାଇଁ ଟେଲିକମ୍‌ କମ୍ପାନି ଓ ଇଣ୍ଟରନେଟ ସର୍ଭିସ୍‌ (ଆଇଏସ୍‌ପି) ପ୍ରଦା ମତାମତ ମାଗିଛନ୍ତି।

ସୂଚନାଯୋଗ୍ୟ, ମବ ଲିଞ୍ଚିିଂ( ଭିଡ଼ ହିଂସା) ଘଟଣା ବଢ଼ିବାରୁ ସରକାର ଏପରି ଚିନ୍ତା କରୁଛନ୍ତି।  ସୋସିଆଲ ନେଟଓ୍ଵାର୍କିଂ  ଆପ୍‌ ହ୍ଵାଟସ୍‌ଆପ୍‌ରେ ଭାଇରାଲ ହେଉଥିବା ମିଥ୍ୟା ଖବର କାରଣରୁ ମବ ଲିଞ୍ଚିିଂ  ଘଟି ଲୋକଙ୍କ ସୁରକ୍ଷାକୁ ବିପଦରେ ପକାଉଛି। ଏହି କାରଣରୁ ସରକାର ହ୍ଵାଟସ୍‌ଆପ୍‌ ଭଳି ସୋସିଆଲ ନେଟଓ୍ଵାର୍କ ସାଇଟ୍‌ ବିରୋଧରେ ଶକ୍ତ ପଦକ୍ଷେପ ଉଠାଇବାକୁ ବାଧ୍ୟ ହେଉଛନ୍ତି।

ଦୂରସଞ୍ଚାର ବିଭାଗ (ଡିଓଟି) ମିଥ୍ୟା ଖବର ଓ ଏଥିସହିତ ଜଡ଼ିତ ଅନ୍ୟ ଖବରକୁ ନେଇ ଦୁନିଆର ବଡ଼ ସୋସିଆଲ ମିଡିଆ କମ୍ପାନି ସହିତ ସମ୍ପର୍କ କରାଯାଉଛି। ଡିଓଟି କମ୍ପାନିମାନଙ୍କୁ ଆଇଟି ଆକ୍ଟ ଧାରା ୬୯ଏକୁ ନେଇ ମତାମତ ମାଗିଛନ୍ତି। ୬୯ଏ ଜରିଆରେ ସୋସିଆଲ ନେଟଓ୍ଵାର୍କିଂ ସାଇଟକୁ ବ୍ଲକ୍‌ କରିବା ପ୍ରସଙ୍ଗ ଉଲ୍ଲେଖ ରହିଛି।

ସମ୍ବନ୍ଧିତ ଖବର