ନୂଆଦିଲ୍ଲୀ :କେନ୍ଦ୍ର ସରକାରଙ୍କ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ଅନୁସାରେ ଦେଶର ପ୍ରତ୍ୟେକ ଜିଲ୍ଲାରେ ଡ୍ରାଇଭିଂ ପ୍ରଶିକ୍ଷଣ କେନ୍ଦ୍ର ପ୍ରତିଷ୍ଠା ହେବ। ପିପିପି ମଡେଲରେ ଏହି ଟ୍ରେନିଂ ସେଣ୍ଟରଗୁଡ଼ିକୁ ଖୋଲାଯିବ ବୋଲି ସୂଚନା ମିଳିଛି। ଏଥିପାଇଁ କେନ୍ଦ୍ର ସରକାର ଆର୍ଥିକ ଓ ବୈଷୟିକ ସହାୟତା ମଧ୍ୟ ପ୍ରଦାନ କରିବେ। ସୂଚନା ଅନୁସାରେ ଆସନ୍ତା ଫେବୃଆରିରେ କେନ୍ଦ୍ର ସରକାର ଏନେଇ ନୂତନ ଗାଇଡଲାଇନ୍ ମଧ୍ୟ ପ୍ରସ୍ତୁତ କରିବେ। ଏହି ଟ୍ରେନିଂ ସେଣ୍ଟର ଖୋଲିବା ପାଇଁ ଯେ କୌଣସି କମ୍ପାନି ବା ଫାର୍ମ ସେମାନଙ୍କର ଜିଲ୍ଲାପାଳଙ୍କ ନିକଟରେ ଆବେଦନ କରିପାରିବେ। ନିୟମ ମୁତାବକ ଆବେଦନକାରୀ କମ୍ପାନୀଙ୍କ ନିକଟରେ ଅନ୍ୟୁନ ୨ ଏକର ଜମି ଥିବା ନିତାନ୍ତ ଆବଶ୍ୟକ। ଏହି ଆବେଦନ ପତ୍ର ଜିଲ୍ଲାପାଳ ସଡ଼କ ଓ ପରିବହନ ମନ୍ତ୍ରାଳୟକୁ ପଠାଇବେ। ଉକ୍ତ କମ୍ପାନୀ ଯଦି ସମସ୍ତ ଗାଇଡଲାଇନ୍ସ ପୂରଣ କରିବେ ତେବେ ସରକାରଙ୍କ ପକ୍ଷରୁ ଟ୍ରେନିଂ ସେଣ୍ଟର ଖୋଲିବା ପାଇଁ ସେମାନଙ୍କୁ ସହାୟତା ପ୍ରଦାନ କରାଯିବ । ନିୟମ ମୁତାବକ ଏହି ଟ୍ରେନିଂ ସେଣ୍ଟର ପାଇଁ ସରକାର ୭୫ ପ୍ରତିଶତ ଆର୍ଥିକ ବୋଝ ବହନ କରୁଥିବା ବେଳେ କମ୍ପାନିକୁ ୨୫ ପ୍ରତିଶତ ଅର୍ଥ ବିନିଯୋଗ କରିବାକୁ ପଡ଼ିବ।
ସବୁ ଜିଲ୍ଲାରେ ସ୍ଥାପନ ହେବ ଡ୍ରାଇଭିଂ ତାଲିମ କେନ୍ଦ୍ର
କେନ୍ଦ୍ର ସରକାରଙ୍କ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି
/sambad/media/post_attachments/wp-content/uploads/2018/01/driving.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)