ଭୋପାଳ: ମଧ୍ୟପ୍ରଦେଶର ଇନ୍ଦୋରରୁ ଏକ ଆଶ୍ଚର୍ଯ୍ୟଜନକ ମାମଲା ସାମ୍ନାକୁ ଆସିଛି। ଏଠାରେ ସରକାରୀ ବିଦ୍ୟାଳୟରେ ଏକ ବିବାଦୀୟ କାର୍ଯ୍ୟ କରାଯାଇଛି। ପାଖରେ ମୋବାଇଲ୍ ଅଛି କି ପାଇଁ ଜାଣିବା ପାଇଁ ଛାତ୍ରୀମାନଙ୍କୁ ସେମାନଙ୍କ ପୋଷାକ ବାହାର କରିବାକୁ କୁହାଯାଇଥିଲା।
ଖବର ପ୍ରଚାର ହେବା ପରେ ସମ୍ପୃକ୍ତ ଛାତ୍ରୀମାନଙ୍କ ପରିବାର ସଦସ୍ୟ ଏନେଇ ପୁଲିସ୍ ଷ୍ଟେସନରେ ଅଭିଯୋଗ କରିଛନ୍ତି। ସୂଚନା ଅନୁଯାୟୀ, ଜଣେ ଅଧିକାରୀ କହିଛନ୍ତି ଯେ ବିଦ୍ୟାଳୟର କିଛି ଛାତ୍ରୀଙ୍କ ପୋଷାକ ବାହାର କରି ସେମାନଙ୍କ ପାଖରେ ମୋବାଇଲ୍ ଅଛି କି ନାହିଁ ଜାଣିବା ପାଇଁ ତଲାସୀ କରାଯାଇଥିଲା।
କେଉଁ ଛାତ୍ରୀମାନେ ମୋବାଇଲ୍ ଶ୍ରେଣୀକୁ ଆଣିଛନ୍ତି ତାହା ଜାଣିବା ଲାଗି ଏଭଳି ବିବାଦୀୟ କାର୍ଯ୍ୟ କରାଯାଇଥିଲା। ଏହା ପରେ ଛାତ୍ରୀମାନଙ୍କ ପରିବାର ସଦସ୍ୟ କ୍ରୋଧିତ ହୋଇଥିଲେ।
ଛାତ୍ରୀମାନଙ୍କ ପରିବାର ସଦସ୍ୟ ମହ୍ଲାରଗଞ୍ଜ ପୁଲିସ୍ ଷ୍ଟେସନରେ ଏକ ମାମଲା ରୁଜୁ କରିଛନ୍ତି। ଅଭିଯୋଗ ଅନୁଯାୟୀ, ବଡା ଗଣପତି ଅଞ୍ଚଳରେ ଅବସ୍ଥିତ ସରକାରୀ ଶାରଦା ବାଳିକା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ଜଣେ ଶିକ୍ଷକମାନେ ଶ୍ରେଣୀ କକ୍ଷରେ ମୋବାଇଲ୍ ଫୋନ ବାଜିବା ପରେ ବାଳିକାମାନଙ୍କୁ ଶୌଚାଳୟକୁ ନେଇ ତଲାସୀ ପାଇଁ ସେମାନଙ୍କ ପୋଷାକ କାଢ଼ିବାକୁ କହିଥିଲେ।
ପରିବାର ସଦସ୍ୟ ଅଭିଯୋଗ କରିଛନ୍ତି ଯେ ଏହି ସମୟରେ ଛାତ୍ରୀମାନଙ୍କୁ ମାଡ଼ ମଧ୍ୟ ଦିଆଯାଇଥିଲା। ବିଦ୍ୟାଳୟର ଜଣେ ଛାତ୍ରୀ କହିଛନ୍ତି ଯେ ଶିକ୍ଷକମାନେ ତାଙ୍କୁ ଶୌଚାଳୟକୁ ନେଇ ତାଙ୍କ ପୋଷାକ କାଢ଼ି ବାକୁ କହିଥିଲେ।
ଅଭିଯୋଗ ଅନୁଯାୟୀ, ଶିକ୍ଷକମାନେ ସେମାନଙ୍କ ପୋଷାକ କାଢ଼ିବାକୁ କହିବା ସହିତ ଏହା ମଧ୍ୟ କହିଛନ୍ତି ଯେ ଯଦି ସେମାନେ ମୋବାଇଲ ଆଣିଥିବା ସ୍ବୀକାର ନ କରନ୍ତି ତେବେ ଏକ ଭିଡିଓ ସୁଟିଂ କରି ଏହାକୁ ସୋସିଆଲ ମିଡିଆରେ ଭାଇରାଲ କରାଯିବ। ଏହି ପ୍ରସଙ୍ଗରେ ପୁଲିସ୍ ଷ୍ଟେସନର ଏସଆଇ ଏମ ଧ୍ରୁବେ କହିଛନ୍ତି ଅଭିଯୋଗର ତଦନ୍ତ କରାଯାଉଛି। ଏହା ପରେ ଅଭିଯୁକ୍ତଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ।
ଏହି ପରିପ୍ରେକ୍ଷୀରେ ବାଳିକା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ପ୍ରଧାନ ଶିକ୍ଷୟିତ୍ରୀ ସୀମା ଜୈନ କହିଛନ୍ତି ଜଣେ ଛାତ୍ରୀଙ୍କ ପାଖରେ ଶ୍ରେଣୀରେ ମୋବାଇଲ୍ ଫୋନ୍ ମିଳିଥିଲା। ଏହା ପରେ ତାଙ୍କ ପିତାମାତାଙ୍କୁ ଏ ବିଷୟରେ ଅବଗତ କରାଯାଇଥିଲା। ତେବେ ପୋଷାକ କାଢ଼ିବା ଘଟଣା ନେଇ ସେ କହିଛନ୍ତି ଯେ ଘଟଣାର ତଦନ୍ତ କରାଯିବ ଏବଂ ଉପଯୁକ୍ତ ପଦକ୍ଷେପ ନିଆଯିବ।