ସରକାର ନିଜର ନିଦ୍ରା ଭାଙ୍ଗନ୍ତୁ… ଦେଶର କରୋନା ସ୍ଥିତି ସମ୍ପର୍କରେ ସୋନିଆ ଗାନ୍ଧିଙ୍କ ଆହ୍ବାନ

ନୂଆଦିଲ୍ଲୀ :  ସାରା ଦେଶରେ କରୋନା ସଂକ୍ରମଣ ମାମଲା ଅତି ଚିନ୍ତାଜନକ ବେଗରେ ବଢିଚାଲିଥିବାରୁ ଉଦବେଗ ପ୍ରକାଶ କରିଛନ୍ତି କଂଗ୍ରେସ ଅଧ୍ୟକ୍ଷା ସୋନିଆ ଗାନ୍ଧି  । ୫ ମିନିଟର ଏକ ଭିଡିଓ ବାର୍ତ୍ତା ଜାରି କରି ସେ କହିଛନ୍ତି ଯ଼େ ସରକାର ନିଜର ନିଦ୍ରା ଭାଙ୍ଗନ୍ତୁ  । କୋଭିଡ ମହାମାରୀ ମୁକାବିଲା ପାଇଁ ଏକ ଜାତୀୟ ରଣକୌଶଳ ପ୍ରସ୍ତୁତ କରିବାକୁ ସେ ଆହ୍ବାନ ଜଣାଇଛନ୍ତି ।

ସେ କହିଛନ୍ତି ଯ଼େ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାରମାନେ ନିଜର ନିଦ୍ରା ଭାଙ୍ଗିବା ସହ ନିଜର ଗୁରୁଦାୟିତ୍ବକୁ ନିର୍ବାହ କରନ୍ତୁ । ଶ୍ରମିକମାନଙ୍କ ପଳାୟନକୁ ରୋକାଯ଼ାଉ ଓ ସେମାନଙ୍କ ବ୍ୟାଙ୍କ ଖାତାକୁ ୬ ହଜାର ଟଙ୍କା ଲେଖାଏଁ ପଠାଯ଼ାଉ ।

୭୪ ବର୍ଷୀୟା କଂଗ୍ରେସ ନେତ୍ରୀଙ୍କ ଭିଡିଓ ବାର୍ତ୍ତା ଠିକ ଏପରି ଦିନ ଆସିଛି ଯ଼େଉଁଦିନ ଭାରତରେ ଦୈନିକ ସଂକ୍ରମଣ ସଂଖ୍ୟା ୪ ଲକ୍ଷ ଟପିଯ଼ାଇଛି । ଏହା ସହିତ ଆଜିଠାରୁ ଦେଶରେ ୩ୟ ପର୍ୟ଼୍ୟାୟ ଟିକାକରଣ ଆରମ୍ଭ ହୋଇଛି । ଏହି ପର୍ୟ଼୍ୟାୟରେ ୧୮ ରୁ ୪୪ ବର୍ଷ ପର୍ୟ଼୍ୟନ୍ତ ବୟସର ଲୋକମାନଙ୍କୁ ଟିକା ଦିଆଯ଼ାଉଛି ।

ତେବେ ଟିକା ଅଭାବ ଯ଼ୋଗୁଁ ଅନେକ ରାଜ୍ୟରେ ୩ୟ ପର୍ୟ଼୍ୟାୟ ଟିକାକରଣ ଆରମ୍ଭ ହୋଇପାରିନାହିଁ । ଏହା ସହିତ ଦେଶରେ ତରଳ ଅମ୍ଳଜାନର ସଂକଟ ଯୋଗୁଁ ଲୋକମାନେ ନାହିଁ ନଥିବା ସମସ୍ୟାର ସମ୍ମୁଖୀନ ହେଉଛନ୍ତି ।

ସମ୍ବନ୍ଧିତ ଖବର