ନୂଆଦିଲ୍ଲୀ: କେନ୍ଦ୍ର ସରକାର ଆଜି ଆସାମର ଦୁର୍ଦ୍ଧଷ ବିଦ୍ରୋହୀ ଗୋଷ୍ଠୀ- ନ୍ୟାସନାଲ ଡେମୋକ୍ରାଟିକ୍ ଫ୍ରଣ୍ଟ ଅଫ୍ ବୋଡ଼ୋଲାଣ୍ଡ (ଏନ୍ଡିଏଫ୍ବି)- ସହ ଏକ ଶାନ୍ତିଚୁକ୍ତି ସ୍ୱାକ୍ଷର କରିଛନ୍ତି। ଏଥିସହ ସେମାନଙ୍କୁ ରାଜନୈତିକ ଓ ଅର୍ଥନୈତିକ ଉପହାର ପ୍ରଦାନ କରିଛନ୍ତି। ବେଡ଼ୋଲାଣ୍ଡ ଦାବିରେ ଆରମ୍ଭ ହୋଇଥିବା ଆନ୍ଦୋଳନରେ ଏହି ବିଦ୍ରୋହୀ ଗୋଷ୍ଠୀ ସହ ସାମିଲ ଥିବା ଅଲ୍ ବୋଡ଼ୋ ଷ୍ଟୁଣ୍ଡେଣ୍ଟସ୍ ୟୁନିୟନ (ଏବିଏସ୍ୟୁ) ମଧ୍ୟ ଏହି ଶାନ୍ତି ଚୁକ୍ତିରେ ସ୍ୱାକ୍ଷର କରିଥିବା ଜାଣିବା ପାଇଁ ମିଳିଛି।
କେନ୍ଦ୍ର ସ୍ୱରାଷ୍ଟ୍ର ମନ୍ତ୍ରୀ ଅମିତ ଶାହାଙ୍କ ଉପସ୍ଥିତିରେ ଆସାମ ମୁଖ୍ୟମନ୍ତ୍ରୀ ସର୍ବାନନ୍ଦ ସୋନୋଓ୍ଵାଲ ଏବଂ ନ୍ୟାସନାଲ ଡେମୋକ୍ରାଟିକ୍ ଫ୍ରଣ୍ଟ ଅଫ୍ ବୋଡ଼ୋଲାଣ୍ଡ (ଏନ୍ଡିଏଫ୍ବି) ଓ ଅଲ୍ ବୋଡ଼ୋ ଷ୍ଟୁଣ୍ଡେଣ୍ଟ ୟୁନିୟନ (ଏବିଏସ୍ୟୁ)ର ଶୀର୍ଷ ସ୍ଥାନୀୟ ନେତାଙ୍କ ମଧ୍ୟରେ ଏହି ତ୍ରିପାକ୍ଷିକ ଶାନ୍ତି ଚୁକ୍ତି ସ୍ୱାକ୍ଷରିତ ହୋଇଥିଲା। ଚୁକ୍ତି ସ୍ୱାକ୍ଷର କାଳରେ ସ୍ୱରାଷ୍ଟ୍ର ମନ୍ତ୍ରାଳୟର ଯୁଗ୍ମ ସଚିବ ସତ୍ୟେନ୍ଦ୍ର ଗର୍ଗ, ଆସାମ ସରକାରଙ୍କ ମୁଖ୍ୟ ଶାସନ ସଚିବ କୁମାର ସଞ୍ଜୟ କ୍ରିଷ୍ଣ ମଧ୍ୟ ଉପସ୍ଥିତ ଥିଲେ।
/sambad/media/post_attachments/wp-content/uploads/2020/01/Assam-1.jpg)
‘ଏହା ଏକ ଐତିହାସିକ ଚୁକ୍ତି’ ବୋଲି କହିବା ସହ କେନ୍ଦ୍ର ସ୍ୱରାଷ୍ଟ୍ର ସଚିବ ଅଜୟ ଭାଲ୍ଲା କହିଛନ୍ତି ଯେ ଆଜି ସ୍ୱାକ୍ଷରିତ ହୋଇଥିବା ଏହି ତ୍ରିପାକ୍ଷିକ ଶାନ୍ତି ଚୁକ୍ତି ବୋଡ଼ୋ ପ୍ରସଙ୍ଗର ସମାଧାନ ଦିଗରେ ଏକ ବିରାଟ ଓ ପ୍ରମୁଖ ଭୂମିକା ଗ୍ରହଣ କରିବ।