ଜାତୀୟ ରାଜପଥରେ ଘଟୁଥିବା ଦୁର୍ଘଟଣାର ସୂଚନା ଦେବା ପାଇଁ ସରକାର ଚାଲୁ କରିବେ ଜାତୀୟ ଟୋଲ୍‌-ଫ୍ରି’ ନମ୍ବର

ନୂଆଦିଲ୍ଲୀ: ଜାତୀୟ ରାଜପଥରେ ଘଟୁଥିବା ଦୁର୍ଘଟଣା ସୂଚନା ଦେବା କିଂବା ରାଜପଥ ପରିଚାଳନା ଓ ଦେଖାରଖା ସମ୍ପର୍କରେ ଅଭିଯୋଗ କରିବା ନିମନ୍ତେ ସରକାର ଏକ ଜାତୀୟସ୍ତରୀୟ ଦେୟମୁକ୍ତ ନମ୍ବର ଚାଲୁ କରିବାକୁ ଯାଉଛନ୍ତି। ଫେବ୍ରୁଆରି ପ୍ରଥମ ସପ୍ତାହରେ ଭାରତର ଜାତୀୟ ରାଜପଥ ପ୍ରାଧିକରଣ ‘୧୦୩୩’ ହେଲ୍‌ପ୍‌ଲାଇନ୍‌ ନମ୍ବର ଲଞ୍ଚ୍‌ କରିବ।

ଏନ୍‌ଏଚ୍‌ଏଆଇର ଅଧ୍ୟକ୍ଷ ଦୀପକ କୁମାର କହନ୍ତି: ଏହି ପ୍ରୋଜେକ୍ଟ ସମ୍ବନ୍ଧୀୟ ସମସ୍ତ କାର୍ଯ୍ୟ ଶେଷ ହୋଇଛି। ତୁରନ୍ତ ସହାୟତା ଦେବା, ଦୁର୍ଘଟଣାଗ୍ରସ୍ତ ବ୍ୟକ୍ତିଙ୍କୁ ଉଦ୍ଧାର କରି ତାଙ୍କୁ ନିକଟବର୍ତ୍ତୀ ହସ୍‌ପିଟାଲ୍‌କୁ ନେବା ହେଉଛି ଏହି ପ୍ରକଳ୍ପର ଉଦ୍ଦେଶ୍ୟ। ରାଜପଥ ବ୍ୟବହାରକାରୀଙ୍କ ପାଇଁ ଆମ୍ବୁଲାନ୍‌ସ ମୁତୟନ କରିବାକୁ ଆମେ ରାଜ୍ୟ ସରକାରମାନଙ୍କ ସହ ଯୋଗାଯୋଗ କରୁଛୁ।

ବ୍ୟବହାରକାରୀଙ୍କୁ ଏହି ଟୋଲ୍‌-ଫ୍ରି ନମ୍ବର ଅବଗତ କରାଇବା ନିମନ୍ତେ ବିଶାଳ ପ୍ରଚାର ଅଭିଯାନ ଆରମ୍ଭ କରାଯିବ। ଏ ଭିତରେ ଏନ୍‌ଏଚ୍‌ଆଏଆଇର ସବ୍‌ସିଡିଆରି ଇଣ୍ଡିଆନ୍‌ ହାଇେଓ୍ଵଜ୍‌ ମ୍ୟାନେଜ୍‌ମେଣ୍ଟ୍‌ କମ୍ପାନି ଲିମିଟେଡ୍‌ ସମଗ୍ର ଜାତୀୟ ରାଜପଥର ଜିଆଇଏସ୍‌ ମ୍ୟାପିଙ୍ଗ୍‌ କରି ସାରିଛି।

ଏହି ବ୍ୟବସ୍ଥା ଜରିଆରେ ଇନ୍‌କମିଙ୍ଗ୍‌ କଲ୍‌ରୁ ଫୋନ୍‌ କରୁଥିବା ଲୋକଙ୍କୁ ଠାବ କରିହେବ। ସମ୍ପୃକ୍ତ ଅଞ୍ଚଳର ଭାଷା ଜାଣିଥିବା କଲ୍‌ ଅପରେଟ୍‌ଙ୍କୁ ତାଙ୍କର କଲ୍‌ ଟ୍ରାନ୍‌ସ୍‌ଫର୍‌ କରି ହେବ। ଉଭୟ ଜରୁରୀ ଏବଂ ସାଧାରଣ ସେବା ପାଇଁ । ୧୦୩୩’ ନମ୍ବର ସହାୟକ ହେବ ବୋଲି ଜଣେ ଅଧିକାରୀ କହିଛନ୍ତି।

ସମ୍ବନ୍ଧିତ ଖବର