ନୂଆଦିଲ୍ଲୀ: ଖୁବ୍ ଶୀଘ୍ର ବଜାରକୁ ୨୦ ଟଙ୍କିଆ ମୁଦ୍ରା ବା କଏନ୍ ଛାଡ଼ିବାକୁ ଯାଉଛନ୍ତି ବୋଲି ସରକାର କହିଛନ୍ତି।
ନୂଆ ୨୦ ଟଙ୍କିଆ ମୁଦ୍ରାରେ ରହିଛି ଏ ସବୁ ବୈଶିଷ୍ଟ୍ୟ:
୨୭ ମିଲି ମିଟର୍ ବ୍ୟାସବିଶିଷ୍ଟ ଏହି ମୁଦ୍ରା ୧୨ଟି ଧାର ଆକୃତିର ହେବ।
ମୁଦ୍ରାର ବାହାର ପଟ ବଳୟ ନିକେଲ୍ ରୁପା ଓ ତମ୍ବା ମିଶ୍ରଣରେ ତିଆରି ହେବ। ଏଥିରେ ୬୫% ତମ୍ବା, ୧୫% ଦସ୍ତା ଓ ୨୦% ନିକେଲ୍ ଭାଗ ରହିବ।
ମୁଦ୍ରାର ଗୋଟିଏ ପାର୍ଶ୍ୱରେ ରହିବ ଅଶୋକସ୍ତମ୍ଭର ସିଂହ ସହ ସତ୍ୟମେବ ଜୟତେ ଲେଖା। ଏହାର ଦୁଇ ପଟରେ ଇଂରାଜୀ ଓ ହିନ୍ଦୀରେ ଲେଖା ରହିବ ଭାରତ ଓ ଇଣ୍ଡିଆ।
ମୁଦ୍ରାର ଅପରପାର୍ଶ୍ୱରେ ରହିବ ଏହାର ମୂଲ୍ୟ ଅର୍ଥାତ୍ ସଂଖ୍ୟାରେ ଲିଖିତ ‘୨୦’ ଟଙ୍କା। ଏହା ଉପରକୁ ରହିବ ଟଙ୍କାର ଚିହ୍ନ।
ମୁଦ୍ରାର ବାମ ପାର୍ଶ୍ୱରେ ରହିବ ଦେଶର କୃଷି ପ୍ରାଧାନ୍ୟକୁ ପ୍ରତିପାଦନ କରୁଥିବା ଶସ୍ୟର ଚିତ୍ର।
ମୁଦ୍ରାର ଉପର ଓ ତଳ ପାଖରେ ରହିବ ହିନ୍ଦୀରେ ବିଶ୍ ରୁପୟେ ଓ ଇଂରାଜୀରେ ଟେ୍ଵଣ୍ଟି ରୁପିଜ୍।