ମାଗଣାରେ ଭୋଜନ କରାଉଥିବା ସମସ୍ତ ଧାର୍ମିକ ସଂସ୍ଥାମାନଙ୍କୁ ସିଧାସଳଖ ଭାବରେ ସବସିଡି ପ୍ରଦାନ କରିବେ କେନ୍ଦ୍ର ସରକାର

ନୂଆଦିଲ୍ଲୀ : ମାଗଣାରେ ଭୋଜନ କରାଉଥିବା ଧାର୍ମିକ ସଂସ୍ଥାଗୁଡିକ ପାଇଁ ନିକଟରେ ଏକ ନୂଆ ଯୋଜନାର ଘୋଷଣା କରିଛନ୍ତି ମୋଦି ସରକାର। ଯେଉଁଥିରେ ମାଗଣାରେ ଭୋଜନ କରାଉଥିବା ସମସ୍ତ ଧାର୍ମିକ ସଂସ୍ଥାମାନଙ୍କୁ ସିଧାସଳଖ ଭାବରେ ସବସିଡି ପ୍ରଦାନ କରିବେ କେନ୍ଦ୍ର ସରକାର। ଏହି ଯୋଜନାର ନାଁ ରଖାଯାଇଛି ସେବା ଭୋଜ ଯୋଜନା । ତେବେ ଏହି ଯୋଜନା ଦ୍ୱାରା ସେ ସମସ୍ତ ଧାର୍ମିକ ସଂସ୍ଥାମାନଙ୍କୁ ଲାଭ ମିଳିବ ଯେଉଁମାନେ କି ମାସକୁ ୫ ହଜାର ଲୋକଙ୍କୁ ମାଗଣାରେ ଖାଇବାକୁ ଦେଉଛନ୍ତି । ଯୋଜନା ଅନୁସାରେ କଂଚା ଖାଦ୍ୟ ସାମଗ୍ରୀ କିଣିବା ଉପରେ ଧାର୍ମିକ ସଂସ୍ଥାଗୁଡିକୁ ରିହାତି ମଧ୍ୟ ସରକାରଙ୍କ ତରଫରୁ ଦିଆଯିବ ।

ଏହି ଯୋଜନାରେ, କଂଚା ଖାଦ୍ୟ ସାମଗ୍ରୀ ତଥା ଘିଅ, ରନ୍ଧା ତେଲ, ଚିନି, ଚାଉଳ, ଅଟା ଏବଂ ଅନ୍ୟାନ୍ୟ ମସଲା ଜାତୀୟ ଦ୍ରବ୍ୟ ଆଦି ସାମିଲ ରହିଛି । ସେବା ଭୋଜ ଯୋଜନା ଅନ୍ତର୍ଗତ ଗୁରୁଦ୍ୱାର, ମନ୍ଦିର, ମସଜିଦ୍, ଦରଗା, ଗିରଜାଘର, ମଠ, ବୈଦ୍ଧ ମଠ ଆଦି ଭଳି ଧାର୍ମିକ ସଂସ୍ଥାଗୁଡିକ ଦ୍ୱାରା ବିତରଣ କରାଯାଉଥିବା ମାଗଣା ଭୋଜନ କିମ୍ବା ମାଗଣା ଅନ୍ନପ୍ରସାଦ ପାଇଁ ଆର୍ଥିକ ସହାୟତା ପ୍ରଦାନ କରାଯିବ । ତେଣୁ ଏଥିପାଇଁ ଜରୁରୀ କି ଏହି ସମସ୍ତ ଧାର୍ମିକ ସଂସ୍ଥାଗୁଡିକରେ ଅତି କମରେ ଗୋଟିଏ ମାସରେ ୫ ହଜାର ଲୋକଙ୍କୁ ପ୍ରସାଦ ବା ଭୋଗ ରୂପରେ ମାଗଣା ଭୋଜନ ବିତରଣ କରାଯାଉଥିବ । ତେବେ ଏହି ଯୋଜନାର ସୂଚନା ଲୋକସଭାରେ ସରକାରଙ୍କ ଦ୍ୱାରା ଦିଆଯାଇଛି ।

ଆର୍ଥିକ ସହାୟତା ପାଇଁ ମାନଦଣ୍ଡ

କୌଣସି ଗୋଟିଏ କ୍ୟାଲେଣ୍ଡର ମାସରେ ଅତି କମରେ ୫ ହଜାର ଲୋକଙ୍କୁ ମାଗଣାରେ ଭୋଜନ, ତଥା ଅନ୍ନ ପ୍ରସାଦ ବଂଟନ କରୁଥିବା ସଂସ୍ଥା ବା ସଂଗଠନ ଏହି ଯୋଜନାର ଅନ୍ତର୍ଗତ ଆବେଦନ କରିପାରିବେ । ଏହି ଯୋଜନା ଅନ୍ତର୍ଗତ ଆର୍ଥିକ ସହାୟତା କେବଳ ସେହି ସଂସ୍ଥାଗୁଡିକୁ ପ୍ରଦାନ କରାଯିବ, ଯେଉଁମାନେ କି ମାଗଣାରେ ଖାଦ୍ୟ ବାଂଟିବା ଦ୍ୱାରା ଉଭୟ ରାଜ୍ୟ ଏବଂ କେନ୍ଦ୍ର ସରକାରଙ୍କ ତରଫରୁ କୌଣସି ଆର୍ଥିକ ସହାୟତା ପାଇପାରୁନାହାଁନ୍ତି ।

ସେହିପରି ବିଦେଶୀ ଯୋଗଦାନ ବିନୟମନ ଅଧିନିୟମ ତଥା ଏଫସିଆରଏ ଅନ୍ତର୍ଗତ ଅଥବା ଉଭୟ କେନ୍ଦ୍ର ଏବଂ ରାଜ୍ୟର କୌଣସି ଅଧିନିୟମ ବା ନିୟମ ଅନ୍ତର୍ଗତ ବ୍ଲାକ୍ ଲିଷ୍ଟରେ ସାମିଲ କରାଯାଇଥିବା ସଂସ୍ଥା ବା ସଂଗଠନ ଏହି ଯୋଜନା ଅନୁସାରେ ଆର୍ଥିକ ସହାୟତା ପ୍ରାପ୍ତ କରିବା ପାଇଁ ଯୋଗ୍ୟ ନୁହଁନ୍ତି ।

କେଉଁ ଖାଦ୍ୟ ସାମଗ୍ରୀ ଉପରେ ମିଳିବ ଆର୍ଥିକ ସହାୟତା

ଆର୍ଥିକ ସହାୟତା ସେତେବେଳେ ଯାଇ ଉପଲବ୍ଧି କରାଯିବ, ଯେତେବେଳେ ସଂସ୍ଥା ଦ୍ୱାରା ନିମ୍ନରେ ଦର୍ଶାଯାଇଥିବା ସମସ୍ତ କଂଚା ଖାଦ୍ୟ ସାମଗ୍ରୀ ତଥା ଏଥିମଧ୍ୟରୁ କୌଣସି ବି ଗୋଟିଏ ଉପରେ ଜିଏସଟି ବାବଦକୁ ପେମେଂଟ ପୂର୍ବରୁ ହିଁ କରିଦିଆଯାଇଥିବ..ଘିଅ, ରୋଷେଇ ତେଲ, ଚିନି , ଗୁଡ, ଚାଉଳ. ଅଟା, ମଇଦା, ସୂଜି, ବେସନ ଏବଂ ଅନ୍ୟାନ୍ୟ ମସଲା ଜାତୀୟ ଦ୍ରବ୍ୟ ଏହି ଯୋଜନାରେ ସାମିଲ ରହିଛି ।

ସମ୍ବନ୍ଧିତ ଖବର