ନୂଆଦିଲ୍ଲୀ : ସେଣ୍ଟ୍ରାଲ ଭିଷ୍ଟା ପ୍ରକଳ୍ପକୁ ବିରୋଧ କରି ହୋଇଥିବା ଆବେଦନକୁ ଖାରଜ ପାଇଁ କେନ୍ଦ୍ର ସରକାର ସୁପ୍ରିମ କୋର୍ଟରେ ନିବେଦନ କରିଛନ୍ତି। ଏଥିପାଇଁ ଜରିମାନା ଆଦାୟ ପାଇଁ ମଧ୍ୟ ସରକାର ନିବେଦନ କରିଛନ୍ତି। ସର୍ବସାଧାରଣଙ୍କ ଆମୋଦପ୍ରମୋଦ ସ୍ଥାନକୁ ଏହା କ୍ଷତି ପହଞ୍ଚାଇବ ବୋଲି ଦର୍ଶାଇ ଆବେଦନକାରୀ ସୁପ୍ରିମ କୋର୍ଟରେ ଉକ୍ତ ପ୍ରକଳ୍ପକୁ ବାତିଲ ପାଇଁ ଆବେଦନ କରିଛନ୍ତି। ସରକାରଙ୍କ ପକ୍ଷରୁ ଏହା ଉପରେ ନଭେମ୍ବର ୧୨ ସୁଦ୍ଧା ଜବାବ ଦାଖଲ ଲାଗି କୁହାଯାଇଛି। ଆସନ୍ତାମାସ ୧୬ ତାରିଖରେ ସୁପ୍ରିମ କୋର୍ଟ ଏହି ମାମଲାର ପରବର୍ତ୍ତୀ ଶୁଣାଣି କରିବେ। ତେବେ କେନ୍ଦ୍ର ପକ୍ଷରୁ ଦାଖଲ ହୋଇଥିବା ସତ୍ୟପାଠରେ କୁହାଯାଇଛି ଯେଉଁ ପ୍ଲଟ ପ୍ରସଙ୍ଗ ଉଠାଯାଇଛି ତାହା ପ୍ରତିରକ୍ଷା ମନ୍ତ୍ରାଳୟ କାର୍ଯ୍ୟାଳୟ ଅଧୀନରେ ୯୦ ବର୍ଷ ହେଲା ରହିଛି। କେବେ ବି ଏହା ଜନସାଧାରଣଙ୍କ ଆମୋଦପ୍ରମୋଦ ପାଇଁ ଖୋଲାଯାଇନାହିଁ। ଏଥିସହିତ ଏହି ଅଞ୍ଚଳରେ କେବଳ ପ୍ରତିରକ୍ଷା ମନ୍ତ୍ରାଳୟ ରହିଛି। କୌଣସି ଅଫିସ କିମ୍ବା ଆବାସିକ କଲୋନି ନାହିଁ। ଗତ ସୋମବାର ବିଚାରପତି ଏ ଏମ ଖାନୱିଲକର ଏବଂ ବିଚାରପତି ସି ଟି ରବିକୁମାର ପିଟିସନ ଉପରେ ଜବାବ ରଖିବା ପାଇଁ ସରକାରଙ୍କୁ ୩ ଦିନ ସମୟ ଦେଇଥିଲେ।
ସୁପ୍ରିମ କୋର୍ଟରେ ସରକାରଙ୍କ ଆବେଦନ, ସେଣ୍ଟ୍ରାଲ ଭିଷ୍ଟା ପ୍ରକଳ୍ପ ବିରୋଧରେ ଆବେଦନକୁ ଖାରଜ କର
/sambad/media/post_attachments/wp-content/uploads/2021/10/supreme-court.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)