ନୂଆଦିଲ୍ଲୀ: କେନ୍ଦ୍ର ସରକାର ଆଧାର କାର୍ଡ ସମ୍ପର୍କରେ ଏକ ବଡ଼ ନିଷ୍ପତ୍ତି ନେଇଛନ୍ତି। ଏବେ ପିଲା ଏବଂ କିଶୋରମାନଙ୍କ ପାଇଁ ନୂତନ ପଞ୍ଜୀକରଣ କିମ୍ବା ବାୟୋମେଟ୍ରିକ୍ ଅପଡେଟ୍ ପାଇଁ କୌଣସି ଶୁଳ୍କ ଦେବାକୁ ପଡ଼ିବ ନାହିଁ।
ପୂର୍ବରୁ ଏଥିପାଇଁ ୫୦ ଟଙ୍କା ଶୁଳ୍କ ଆଦାୟ କରାଯାଉଥିଲା। ନୂଆ ନିୟମରେ ଏବେ ୫ ରୁ ୭ ବର୍ଷ ଏବଂ ୧୫ ରୁ ୧୭ ବର୍ଷ ବୟସର ପିଲାମାନଙ୍କୁ ଅନ୍ତର୍ଭୁକ୍ତ କରାଯାଇଛି। ଏହା ଏକ ବଡ଼ ଜନସଂଖ୍ୟାକୁ ଲାଭ ପହଞ୍ଚାଇବ। ଉଲ୍ଲେଖଯୋଗ୍ୟ ଯେ, ସରକାର ପିଲାମାନଙ୍କ ଆଧାର କାର୍ଡ ପାଇଁ ବାୟୋମେଟ୍ରିକ୍ ଅପଡେଟ୍ ବାଧ୍ୟତାମୂଳକ କରିଛନ୍ତି।
Aadhaar new enrolment and mandatory biometric updates for children between the age of 5–7 years & 15–17 years are free of cost.#Aadhaar#AadhaarEnrolment#AadhaarUpdate#MBUpic.twitter.com/BB42m3dSQf
— Aadhaar (@UIDAI) September 21, 2025
ଏଭଳି କରିବା ପାଇଁ ନିକଟସ୍ଥ ଆଧାର ପଞ୍ଜିକରଣ କେନ୍ଦ୍ରକୁ ଯାଇ, ୟୁଆଇଡିଏଆଇର ଅଫିସିଆଲ୍ ୱେବସାଇଟ୍ କିମ୍ବା ଏମ-ଆଧାର ମୋବାଇଲ୍ ଆପ୍ଲିକେସନ୍ ବ୍ୟବହାର କରା ଯାଇପାରବେ। ଏକ ଫର୍ମ ସଂଗ୍ରହ କରନ୍ତୁ। କେନ୍ଦ୍ରରୁ ଏକ ଆଧାର ପଞ୍ଜିକରଣ ଏବଂ ଅପଡେଟ୍ ଫର୍ମ ପ୍ରାପ୍ତ କରନ୍ତୁ ଏବଂ ଏହାକୁ ପୂରଣ କରନ୍ତୁ। କେନ୍ଦ୍ରରେ ଫର୍ମ ଦାଖଲ କରନ୍ତୁ। ଏହା ସହିତ,ଆପଣଙ୍କର ବାୟୋମେଟ୍ରିକ୍ ତଥ୍ୟ ଦାଖଲ କରନ୍ତୁ। କେନ୍ଦ୍ରର ଅପରେଟର ପ୍ରମାଣୀକରଣ ପାଇଁ ଏକ ଫିଙ୍ଗରପ୍ରିଣ୍ଟ ସ୍କାନ, ଆଇରିସ୍ ସ୍କାନ କିମ୍ବା ଉଭୟ କରାଯାଇ ପାରିବ।
ସରକାର ପିଲାମାନଙ୍କ ଆଧାର କାର୍ଡରେ ବାୟୋମେଟ୍ରିକ୍ସ ଅପଡେଟ୍ କରିବା ବାଧ୍ୟତାମୂଳକ କରିଛନ୍ତି। ତେଣୁ, ସେମାନଙ୍କର ଆଧାର କାର୍ଡ ଅପଡେଟ୍ କରିବା ଅତ୍ୟନ୍ତ ଜରୁରୀ। ଭାରତୀୟ ଅନନ୍ୟ ପରିଚୟ ପ୍ରାଧିକରଣ (ୟୁଆଇଡିଏଆଇ) ଏଥିପାଇଁ ନିର୍ଦ୍ଦେଶାବଳୀ ଜାରି କରିଛନ୍ତି। ଏନେଇ ସମସ୍ତ ରାଜ୍ୟ ଏବଂ କେନ୍ଦ୍ରଶାସିତ ଅଞ୍ଚଳଗୁଡ଼ିକୁ ଚିଠି ଲେଖାଯାଇଛି। ସେମାନଙ୍କୁ ଶୀଘ୍ର ଅପଡେଟ୍ ସମାପ୍ତ କରିବାକୁ ନିର୍ଦ୍ଦେଶ ଦିଆଯାଇଛି।