ପରବର୍ତ୍ତୀ ପ୍ରଧାନ ବିଚାରପତି ଚୟନ ପାଇଁ ସିଜେଆଇ ୟୁ ୟୁ ଲଳିତଙ୍କୁ ସରକାରଙ୍କ ଚିଠି

ନୂଆଦିଲ୍ଲୀ : ସୁପ୍ରିମ୍‌କୋର୍ଟର ପ୍ରଧାନ ବିଚାରପତି ୟୁ ୟୁ ଲଳିତ ଆସନ୍ତା ନଭେମ୍ବର ୮ ତାରିଖରେ ଅବସର ନେବାକୁ ଯାଉଛନ୍ତି। ସିଜେଆଇ ଲଳିତଙ୍କ ଅବସର ପାଇଁ ଆଉ ମାତ୍ର ଗୋଟିଏ ମାସ ବାକିଥିବାରୁ ସରକାର ତାଙ୍କ ଉତ୍ତରାଧିକାରୀଙ୍କ ନାମ ସୁପାରିସ କରିବା ପାଇଁ କହିଛନ୍ତି। ଦେଶର ୫୦ତମ ପ୍ରଧାନ ବିଚାରପତିଙ୍କ ନାମ ସୁପାରିସ କରିବା ନିମନ୍ତେ କେନ୍ଦ୍ର ଆଇନ ମନ୍ତ୍ରୀ କିରେନ ରିଜିଜୁ ପ୍ରଧାନ ବିଚାରପତିଙ୍କ ନିକଟକୁ ଚିଠି ଲେଖିଛନ୍ତି।

ସିଜେଆଇ ୟୁୟୁ ଲଳିତଙ୍କ ପରେ ସୁପ୍ରିମକୋର୍ଟରେ ଦ୍ବିତୀୟ ବରିଷ୍ଠତମ ବିଚାରପତି ହେଉଛନ୍ତି ଜଷ୍ଟିସ ଡି ୱାଇ ଚନ୍ଦ୍ରଚୂଡ଼। ପ୍ରୋଟକଲ୍‌ ଅନୁଯାୟୀ ସିଜେଆଇ ତାଙ୍କ ଉତ୍ତରାଧିକାରୀ ଭାବେ ସୁପ୍ରିମକୋର୍ଟର ବରିଷ୍ଠତମ ବିଚାରପତିଙ୍କ ନାମ ସୁପାରିସ କରିଥାନ୍ତି। ତେଣୁ ସିଜେଆଇ ଲଳିତ ଜଷ୍ଟିସ ଚନ୍ଦ୍ରଚୂଡ଼ଙ୍କ ନାମ ତାଙ୍କ ଉତ୍ତରାଧିକାରୀ ଭାବେ ସୁପାରିସ କରିବେ। ଜଷ୍ଟିସ ଡି ୱାଇ ଚନ୍ଦ୍ରଚୂଡ଼ ସୁପ୍ରିମକୋର୍ଟର ଦ୍ବିତୀୟ ବରିଷ୍ଠତମ ବିଚାରପତି। ଯଦି ସେ ପ୍ରଧାନ ବିଚାରପତି ନିଯୁକ୍ତ ହୁଅନ୍ତି ତେବେ ତାଙ୍କ କାର୍ଯ୍ୟକାଳ ୨ ବର୍ଷ ରହିବ।

ଉଲ୍ଲେଖଯୋଗ୍ୟ, ସିଜେଆଇ ୟୁୟୁ ଲଳିତ ଅଗଷ୍ଟରେ ଦେଶର ୪୯ତମ ପ୍ରଧାନ ବିଚାରପତି ଭାବେ ଶପଥ ନେଇଥିଲେ। ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ତାଙ୍କୁ ପଦ ଓ ଗୋପନୀୟତାର ଶପଥ ପାଠ କରାଇଥିଲେ।

ସମ୍ବନ୍ଧିତ ଖବର