ଏମଏସପି ବ୍ୟବସ୍ଥାକୁ ସରକାର ଛୁଇଁବେ ନାହିଁ : କୃଷିମନ୍ତ୍ରୀ

କୃଷକ ପ୍ରତିନିଧିଙ୍କ ସହ ସରକାରଙ୍କ ଆଲୋଚନା ଶେଷ

ନୂଆଦିଲ୍ଲୀ : କେନ୍ଦ୍ର ସରକାର ଓ କୃଷକ ସଂଗଠନଗୁଡ଼ିକ ମଧ୍ୟରେ ଆଜି ଦୀର୍ଘ ୭ ଘଣ୍ଟା ଧରି ଚାଲିଥିବା ଆଲୋଚନା ଶେଷ ହୋଇଛି । ଏହି ଆଲୋଚନା ପରେ କେନ୍ଦ୍ର କୃଷିମନ୍ତ୍ରୀ ନରେନ୍ଦ୍ର ସିଂ ତୋମାର କହିଛନ୍ତି ଯେ କୃଷକମାନଙ୍କ ସହ ଏହି ୪ର୍ଥ ପର୍ଯ୍ୟାୟ ଆଲୋଚନା ସୌହାର୍ଦ୍ଦପୂର୍ଣ୍ଣ ଥିଲା ।  ସର୍ବନିମ୍ନ ସହାୟକ ମୂଲ୍ୟ (ଏମଏସପି) ବ୍ୟବସ୍ଥାକୁ ସରକାର ଛୁଇଁବେ ନାହିଁ । ଏମଏସପି ଲାଗି ଏକ ଆଇନ ଆଣିବାକୁ କୃଷକମାନେ କରୁଥିବା  ଦାବି ଉପରେ ସରକାର ବିଚାର କରିବେ ବୋଲି ସେ କୃଷକ ସଂଗଠନଗୁଡ଼ିକୁ ଆଶ୍ବାସନା ଦେଇଛନ୍ତି । ସେହିପରି କୃଷିଜାତ ଉତ୍ପାଦ ବିପଣନ କମିଟି (ଏପିଏମସି) ବ୍ୟବସ୍ଥାକୁ ଆହୁରି ସୁଦୃଢ କରାଯିବ ଓ ଏଗୁଡ଼ିକ ବ୍ୟବହାର ଯେପରି ବୃଦ୍ଧି ପାଏ ତାହା ନିଶ୍ଚିତ କରାଯିବ ।

ନୂଆ କୃଷି ଆଇନ ଅନୁସାରେ କୃଷକମାନେ ନିଜ ନିଜର ଅଭିଯୋଗ ଏସଡିଏମ ( ଉପଖଣ୍ଡସ୍ତରୀୟ ମାଜିଷ୍ଟ୍ରେଟ)ଙ୍କ ନିକଟକୁ ନେଇପାରିବେ । ଏସଡିଏମ ବଦଳରେ ନିଜର ଅଭିଯୋଗ ନେଇ କୋର୍ଟକୁ ଯିବାକୁ କୃଷକମାନେ କରୁଥିବା ଦାବି ଉପରେ ମଧ୍ୟ ସରକାର ବିଚାର କରିବେ ବୋଲି ସେ ଆଶ୍ବାସନା ଦେଇଛନ୍ତି ।

ଆସନ୍ତା ୫ ତାରିଖ ଅପରାହ୍ଣ ୨ଟାରେ ସରକାର କୃଷକମାନଙ୍କ ସହ ୫ମ ପର୍ଯ୍ୟାୟ ଆଲୋଚନା କରିବେ ।

ସମ୍ବନ୍ଧିତ ଖବର