ନୂଆଦିଲ୍ଲୀ : ଇଡି (ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ) ନିର୍ଦ୍ଦେଶକ ସଂଜୟ କୁମାର ମିଶ୍ରଙ୍କ କାର୍ଯ୍ୟକାଳ ଅକ୍ଟୋବର ୧୫ ପର୍ଯ୍ୟନ୍ତ ବୃଦ୍ଧି କରିବାପାଇଁ ବୁଧବାର ଦିନ କେନ୍ଦ୍ର ସରକାର ସୁପ୍ରିମକୋର୍ଟରେ ଆବେଦନ କରିଛନ୍ତି। ଇଡି ମୁଖ୍ୟଙ୍କ କାର୍ଯ୍ୟକାଳ ତୃତୀୟ ଥର ବୃଦ୍ଧିକୁ ସୁପ୍ରିମକୋର୍ଟ ଗତ ଜୁଲାଇ ୧୧ ତାରିଖରେ ବେଆଇନ କହିଥିବା ବେଳେ ବୁଧବାର ଦିନ କେନ୍ଦ୍ର ସରକାର ଇଡି ମୁଖ୍ୟଙ୍କ କାର୍ଯ୍ୟକାଳ ବୃଦ୍ଧି ନେଇ କୋର୍ଟରେ ଆବେଦନ କରିଛନ୍ତି।
ସୁପ୍ରିମକୋର୍ଟ ଇଡି ମୁଖ୍ୟ ସଂଜୟ କୁମାର ମିଶ୍ରଙ୍କୁ ଜୁଲାଇ ୩୧ ପର୍ଯ୍ୟନ୍ତ କାର୍ଯ୍ୟକାଳ ଜାରି ରଖିବା ପାଇଁ ଅନୁମତି ଦେଇଥିଲେ। କେନ୍ଦ୍ର ସରକାର ବୁଧବାର ଦିନ କୋର୍ଟରେ କହିଛନ୍ତି, ଏଫଏଟିଏଫ୍ (ଫାଇନାନ୍ସିଆଲ ଆକ୍ସନ ଟାସ୍କ ଫୋର୍ସ) ଆଗକୁ ଏକ ରିଭ୍ୟୁ କରିବ ଏବଂ ଜାତୀୟ ସ୍ବାର୍ଥ ଦୃଷ୍ଟିରୁ ଏହି ରିଭ୍ୟୁ ସମୟରେ ଇଡି ମୁଖ୍ୟ ସଂଜୟ କୁମାର ମିଶ୍ର ରହିବା ଜରୁରୀ। ତେଣୁ ସଂଜୟ କୁମାର ମିଶ୍ରଙ୍କ କାର୍ଯ୍ୟକାଳ ବୃଦ୍ଧି କରିବାପାଇଁ କେନ୍ଦ୍ର ସରକାର ଆବେଦନ କରିଛନ୍ତି। ଆଜି ଏ ନେଇ ଶୁଣାଣି ହେବ।