ଶ୍ରୀନଗର: ପୁଲୱାମାରେ ସୁରକ୍ଷା ବାହିନୀ ଉପରେ ପ୍ରଚଣ୍ଡ ଆତ୍ମଘାତୀ ଆକ୍ରମଣ କଶ୍ମୀର ଘାଟିରେ ସୁରକ୍ଷା ସ୍ଥିତିକୁ ଦୋହଲାଇ ଦେଇଥିବା ବେଳେ ଏଥିରେ ଗୁରୁତର ସୁରକ୍ଷା ତ୍ରୁଟି ହୋଇଥିବା ରାଜ୍ୟପାଳ ସତ୍ୟପାଲ ମଲ୍ଲିକ ସ୍ବୀକାର କରିଛନ୍ତି। ୨୫ ଶହ ଯବନାଙ୍କୁ ନେଇ ୭୫ରୁ ଅଧିକ ଯାନ ଯାଉଥିବା ରାସ୍ତାରେ ଅନ୍ୟ ଯାନ ଚଳାଚଳ ପାଇଁ କିଭଳି ଅନୁମତି ମିଳିଲା ଏବଂ କଠୋର ଯାଞ୍ଚ ବ୍ୟବସ୍ଥା କାହିଁକି କରାଯାଇ ନଥିଲା ସେ ନେଇ ସନ୍ତୋଷଜନକ ଉତ୍ତର ମିଳୁନଥିବା ବେଳେ ଆଜି ରାଜ୍ୟପାଳ ସୁରକ୍ଷା ତ୍ରୁଟିକୁ ସ୍ବୀକାର କରିବା ସହ ଏ ଦିଗରେ ପୁଂଖାନୁପୁଂଖ ତଦନ୍ତ ହେବ ବୋଲି କହିଛନ୍ତି। ଯେଉଁଭଳି ଭାବେ ଯବାନଙ୍କ ଯାତାୟତ ହେଉଥିଲା ତାହା ଉଚିତ ନଥିଲା ଏବଂ ସୁରକ୍ଷା ସୁନିଶ୍ଚିତ ନକରି ୨୫ ଶହ ଯବାନଙ୍କୁ ଏକାଥରକେ ନିଆଯିବା ଜଟିଳ ସ୍ଥିତି ସୃଷ୍ଟି କରିଥିଲା ବୋଲି ରାଜ୍ୟପାଳ କହିଛନ୍ତି। ଜୈସ ଏ ମହମ୍ମଦ ଆତଙ୍କବାଦୀ ସଂଗଠନ ସୁରକ୍ଷା ବାହିନୀ ଉପରେ ଆକ୍ରମଣ କରିବ ବୋଲି ଦୁଇ ଦିନ ଆଗରୁ ଗୁଇନ୍ଦା ସୂଚନା ମିଳିଥିଲେ ମଧ୍ୟ ଏ ଦିଗରେ କୌଣସି ଜରୁରୀ ପଦକ୍ଷେପ ଗ୍ରହଣ କରାଯାଇ ନଥିଲା ବୋଲି ରାଜ୍ୟପାଳ ସ୍ବୀକାର କରିଛନ୍ତି। ଗୁଇନ୍ଦା ସୂଚନା ଯେଉଁ ଆଧାରରେ ମିଳିଥିଲା ତାହାକୁ ତର୍ଜମା କରାଯାଇଥିଲେ ପରିସ୍ଥିତି ଅନ୍ୟପ୍ରକାର ହୋଇଥାନ୍ତା ବୋଲି ସେ କହିଛନ୍ତି।
ସୁରକ୍ଷାରେ ତ୍ରୁଟି ଥିବା ମାନିଲେ ରାଜ୍ୟପାଳ, ୨ ଦିନ ତଳେ ମିଳିଥିଲା ଗୁଇନ୍ଦା ସୂଚନା
/sambad/media/post_attachments/wp-content/uploads/2018/08/satyapal.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)