କୋଲକାତା: ଆର୍ଜି କର ମେଡିକାଲ୍ କଲେଜରେ ମହିଳା ରେସିଡେଣ୍ଟ ଡାକ୍ତରଙ୍କୁ ଦୁଷ୍କର୍ମ ଓ ହତ୍ୟା ନେଇ ପଶ୍ଚିମବଙ୍ଗରେ ସୃଷ୍ଟି ହୋଇଥିବା ତୀବ୍ର ଜନଆଲୋଡ଼ନ ଥମିବାର ନାମ ନେଉନାହିଁ। କୋଲକାତା ପୁଲିସ କମିସନରଙ୍କୁ ସୁରକ୍ଷା ଓ ଆନ୍ଦୋଳନ ପ୍ରତି ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ଆଭିମୁଖ୍ୟ ନେଇ ଆଜି ରାଜ୍ୟପାଳ ଆନନ୍ଦ ବୋଷଙ୍କ ‘ସାମାଜିକ ବାସନ୍ଦ’ ବୟାନ ନୂଆ ଝଡ଼ ସୃଷ୍ଟି କରିଛି।
ରାଜ୍ୟପାଳ ବୋଷ କହିଛନ୍ତି, ମମତା ବାନାର୍ଜୀଙ୍କୁ ସେ ସାମାଜିକ ବାସନ୍ଦ କରିବେ। ତାଙ୍କ ସହ କୌଣସି ସଭା କିମ୍ବା ଅଣ ପ୍ରାଶାସନିକ ସ୍ଥଳରେ ଆସନ ଗ୍ରହଣ କରିବେ ନାହିଁ। ନିଜର ଅସନ୍ତୋଷ ସମ୍ପର୍କରେ ବୋଷ କହିଛନ୍ତି, ସ୍ବାଧୀନତା ଦିବସ ଉତ୍ସବକୁ କୋଲକାତା ପୁଲିସ କମିସନରଙ୍କୁ ନିମନ୍ତ୍ରଣ କରାଯାଇନଥିଲା। ତଥାପି ସେ ଜବରଦସ୍ତ ରାଜଭବନ ଭିତରକୁ ପଶିଥିଲେ। ଏହା ଏକ ‘ଅପରଧ’। ଏଭଳି ପୁଲିସ ଅଧିକାରୀଙ୍କୁ ମୁଖ୍ୟମନ୍ତ୍ରୀ ସୁରକ୍ଷା ଦେଇ ଆସୁଛନ୍ତି ବୋଲି ରାଜ୍ୟପାଳ କହିଛନ୍ତି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/member_avatars/2025/12/26/2025-12-26t132446534z-whatsapp-image-2025-12-26-at-65430-pm-2025-12-26-18-54-47.jpeg)
/sambad/media/media_files/TGDX6bzQV4qbZzi30MBh.jpg)