ନୂଆଦିଲ୍ଲୀ: ଶିବସେନା ବିଦ୍ରୋହ ମାମଲାର ଶୁଣାଣି କରି ସୁପ୍ରିମ୍କୋର୍ଟ ଆଜି କହିଛନ୍ତି ଯେ ଜଣେ ରାଜ୍ୟପାଳ ସତର୍କତାର ସହ କ୍ଷମତା ପ୍ରୟୋଗ କରିବା ଉଚିତ ଏବଂ ଆସ୍ଥା ଭୋଟ ଆହ୍ଵାନ କଲେ ସରକାର ଭାଙ୍ଗିପାରେ ବୋଲି ସଚେତନ ରହିବା ଆବଶ୍ୟକ। କେବଳ ଶାସକ ଦଳ ମଧ୍ୟରେ ମତଭେଦ ଆଧାରରେ ଆସ୍ଥା ଭୋଟ ଆହ୍ଵାନ କଲେ ନିର୍ବାଚିତ ସରକାର ଭାଙ୍ଗିପାରେ ବୋଲି କୋର୍ଟ କହିଛନ୍ତି।
ଶିବସେନା ବନାମ ଶିବସେନା ମାମଲାର ଶୁଣାଣି କରି ସୁପ୍ରିମକୋର୍ଟ ଗତବର୍ଷ ଉଦ୍ଧବ ଠାକରେଙ୍କ ନେତୃତ୍ୱାଧୀନ ସରକାରକୁ କ୍ଷମତାଚ୍ୟୁତ କରିଥିବା ମହାରାଷ୍ଟ୍ର ରାଜ୍ୟପାଳ ଭଗତ ସିଂହ କୋଶିୟାରୀଙ୍କ ଭୂମିକା ଉପରେ କଡ଼ା ମନ୍ତବ୍ୟ ଦେଇଥିଲେ।
ସୁପ୍ରିମକୋର୍ଟର ପ୍ରଧାନ ବିଚାରପତି ଜଷ୍ଟିସ୍ ଡିଓ୍ଵାଇ ଚନ୍ଦ୍ରଚୂଡ଼ଙ୍କ ଅଧ୍ୟକ୍ଷତାରେ ଗଠିତ ୫ ଜଣିଆ ସାମ୍ବିଧାନିକ ଖଣ୍ଡପୀଠ କହିଛନ୍ତି, ‘ଆସ୍ଥା ଭୋଟ ଆହ୍ଵାନ କଲେ ସରକାର ଭାଙ୍ଗିପାରେ ବୋଲି ରାଜ୍ୟପାଳ ସଚେତନ ହେବା ଦରକାର। ସରକାରର ପତନ ଘଟାଉଥିବା ପରି କୌଣସି କ୍ଷେତ୍ରକୁ ରାଜ୍ୟପାଳ ପ୍ରବେଶ କରିବା ଉଚିତ ନୁହେଁ। ଏପରି ହେଲେ, ଲୋକମାନେ ଶାସକ ଦଳ ଛାଡିବା ଆରମ୍ଭ କରିବେ ଏବଂ ରାଜ୍ୟପାଳ ଶାସକ ଦଳକୁ କ୍ଷମତାଚ୍ୟୁତ କରିଦେବେ। ଏହା ଗଣତନ୍ତ୍ର ପାଇଁ ଦୁଃଖଦାୟକ’ ବୋଲି ସାମ୍ବିଧାନିକ ଖଣ୍ଡପୀଠର ବିଚାରପତିମାନେ କହିଛନ୍ତି। ଏହି ପରିପ୍ରେକ୍ଷୀରେ ରାଜ୍ୟପାଳମାନେ ନିଜ କ୍ଷମତାର ପ୍ରୟୋଗ କରିବା ସମୟରେ ଅତ୍ୟନ୍ତ ଯତ୍ନବାନ, ସତର୍କ ଓ ନିରପେକ୍ଷ ହେବା ଉଚିତ ବୋଲି ମତ ଦେଇଛନ୍ତି।
/sambad/media/post_attachments/wp-content/uploads/2023/03/A2-6.jpg)
ଉଲ୍ଲେଖଯୋଗ୍ୟ, ମହାରାଷ୍ଟ୍ରରେ ଉଦ୍ଧବ ଠାକରେଙ୍କ ନେତୃତ୍ୱାଧୀନ ଶିବସେନା-ଏନସିପି-କଂଗ୍ରେସ ମେଣ୍ଟ ସରକାର ବିରୋଧରେ ଏକନାଥ ସିନ୍ଦେଙ୍କ ଦ୍ୱାରା ହୋଇଥିବା ବିଦ୍ରୋହ ପରେ ମୁଖ୍ୟମନ୍ତ୍ରୀ ଉଦ୍ଧବଙ୍କ ନେତୃତ୍ତ୍ୱାଧୀନ ମେଣ୍ଟ ସରକାର କ୍ଷମତା ହରାଇଥିଲା। ପରେ ଶିବସେନାର ବିଦ୍ରୋହୀ ନେତା ଏକନାଥ ସିନ୍ଦେ ବିଜେପି ସହ ନୂଆ ମେଣ୍ଟ କରି ରାଜ୍ୟରେ ସରକାର ଗଠନ କରିଥିଲେ।
ତେବେ, ଶିବସେନାର ବିଦ୍ରୋହୀ ନେତା ଏକନାଥ ସିନ୍ଦେ ବିଦ୍ରୋହ ଚଳାଇଥିବା ବେଳେ ରାଜ୍ୟପାଳ କୋଶିୟାରୀ ବିଧାନସଭାରେ ସଂଖ୍ୟାଗରିଷ୍ଠତାର ପରୀକ୍ଷା ଦେବାକୁ ଉଦ୍ଧବ ଠାକ୍ରେଙ୍କୁ ନିର୍ଦ୍ଦେଶ ଦେଇଥିଲେ। କିନ୍ତୁ ଶ୍ରୀ ଠାକରେ ପରାଜୟର ସମ୍ମୁଖୀନ ହେବା ଆଶଙ୍କାରେ ବିଧାନସଭାରେ ପରୀକ୍ଷା ଦେବା ପୂର୍ବରୁ ଇସ୍ତଫା ଦେଇଥିଲେ; ଯାହା ଫଳରେ ଶ୍ରୀ ସିନ୍ଦେ କ୍ଷମତାକୁ ଆସିବା ପାଇଁ ବାଟ ଖୋଲିଥିଲା।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2023/03/A1-7.jpg)