ମୁମ୍ବାଇ : ମହାରାଷ୍ଟ୍ରରେ ସରକାର ଗଠନ ପ୍ରକ୍ରିୟାରେ ବିଳମ୍ବିତ ହେଉଥିବା ବେଳେ ଆଜି ଏକ ନାଟକୀୟ ଘଟଣାକ୍ରମେ ଉଭୟ ବିଜେପି ଏବଂ ଶିବସେନାର ନେତା ଭିନ୍ନ ଭିନ୍ନଭାବେ ରାଜ୍ୟପାଳ ଭଗତ ସିଂହ କୋଶୟାରିଙ୍କୁ ସାକ୍ଷାତ କରିଥିବା ଜଣାଯାଇଛି। ତେବେ ସରକାର ଗଠନପାଇଁ ନୁହେଁ,ବରଂ ଏହାକୁ ଦୀପାବଳି ପରେ ଔପଚାରିକ ସାକ୍ଷାତ ବୋଲି କୁହାଯାଉଛି।

Advertisment

ଆଜି ପ୍ରଥମେ ଶିବସେନା ନେତା ଦିବାକର ରାୱତେ ରାଜ୍ୟପାଳଙ୍କୁ ସାକ୍ଷାତ କରିଥିଲେ । ଏହାର କିଛି ସମୟପରେ ଏବଂ ବିଜେପି ପକ୍ଷରୁ ମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡନବିସ ରାଜ୍ୟପାଳ ଭଗତ ସିଂହଙ୍କୁ ସାକ୍ଷାତ କରିଥିଲେ। ତେବେ ଏହି ସାକ୍ଷାତ ସମୟରେ ଉଭୟ ଦଳ ପକ୍ଷରୁ କି ଆଲୋଚନା କରାଯାଇଥିଲା, ତାହା ଜଣାପଡ଼ିନାହିଁ।

ସୂଚନାଯୋଗ୍ୟ, ୫୦-୫୦ ଫର୍ମୁଲା ଆଧାରରେ ଉଭୟ ବିଜେପି ଏବଂ ଶିବସେନାକୁ ଅଢ଼େଇ ବର୍ଷ ପାଇଁ ମୁଖ୍ୟମନ୍ତ୍ରୀ ପଦ ମିଳୁ ବୋଲି ଶିବସେନାର ଦାବି ହେତୁ ମହାରାଷ୍ଟ୍ରରେ ସରକାର ଗଢ଼ାଯାଇପାରୁନାହିଁ।

publive-image Photo-aajtak

ଏଭଳି ସମୟରେ ଉଭୟ ବିଜେପି ଏବଂ ଶିବସେନା ଏବେ ସ୍ବାଧୀନ ବିଧାୟକମାନଙ୍କୁ ନିଜ ପଟକୁ ଆଣିବାଲାଗି ପ୍ରୟାସ ଆରମ୍ଭ କରିଛନ୍ତି।ମିଳିଥିବା ସୂଚନା ଅନୁଯାୟୀ ଇତିମଧ୍ୟରେ ବିଜେପିକୁ ତିନିଜଣ ସ୍ବାଧୀନ ବିଧାୟକ ଗୀତା ଜୈନ, ରାଜେନ୍ଦ୍ର ରାଉତ ଏବଂ ରବି ରାଣା ସମର୍ଥନ ଘୋଷଣା କରିଛନ୍ତି। ସେମାନେ ମହାରାଷ୍ଟ୍ରର ମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡନଭିସଙ୍କୁ ଭେଟି ବିଜେପି ସମର୍ଥନ କରିବେ ବୋଲି କହିଛନ୍ତି।ଅପରପକ୍ଷରେ ଦୁଇଜଣ ସ୍ବାଧୀନ ବିଧାୟକ ବାଚୁ କାଜୁ ଏବଂ ରାଜକୁମାର ପଟେଲ ଶିବସେନାକୁ ସମର୍ଥନ ଦେବେ ବୋଲି ସୂଚନା ମିଳିଛି।