ହାଇଦ୍ରାବାଦ: ତେଲେଙ୍ଗାନା ରାଜ୍ୟପାଳ ତାମିଲିସାଇ ସୌନ୍ଦରରାଜନ ହେଉଛନ୍ତି ବୃତ୍ତିରେ ଜଣେ ଡାକ୍ତର। ନିକଟରେ ଇଣ୍ଡିଗୋ ବିମାନରେ ସେ ଦିଲ୍ଲୀରୁ ହାଇଦ୍ରାବାଦ ଆସିବାବେଳେ ଜଣେ ଡାକ୍ତରଭାବେ ତାଙ୍କ କର୍ତ୍ତବ୍ୟ ସମ୍ପାଦନ କରିଛନ୍ତି। ଶୁକ୍ରବାର ବିମାନରେ ଆସିବା ବେଳେ ତାଙ୍କର ଜଣେ ସହଯାତ୍ରୀ ହଠାତ୍ ଅସୁସ୍ଥ ହୋଇପଡ଼ିଲେ। ସେ ଏଡିଜି ପାହ୍ୟାର ଜଣେ ବରିଷ୍ଠ ଆଇପିଏସ୍ ଅଫିସର। ସଂଗେ ସଂଗେ ଶ୍ରୀମତୀ ସୌନ୍ଦରରାଜନ ଜଣେ ମା’ ପରି ତଥା ଅଭିଜ୍ଞ ଚିକିତ୍ସକ ଭାବେ ଚିକିତ୍ସା କରି ତାଙ୍କର ଜୀବନ ରକ୍ଷା କରିଥିବା ସେ ଟ୍ବିଟର ମାଧ୍ୟମରେ ସ୍ବୀକାର କରିଛନ୍ତି। କାରଣ ସେ ସମୟରେ ୧୯୯୪ ବ୍ୟାଚ୍ ଅଫିସର କୃପାନନ୍ଦ ତ୍ରିପାଠୀ ଉଜେଲାଙ୍କୁ ହସ୍ପିଟାଲକୁ ନିଆଯାଇ ପାରି ନ ଥାନ୍ତା। ସେତେବେଳେ ତାଙ୍କ ହାର୍ଟ ରେଟ୍ ମାତ୍ର ୩୯ ଥିଲା। ବିଶେଷ ପ୍ରକ୍ରିୟାରେ ଚିକିତ୍ସା କରି ତେଲେଙ୍ଗାନା ରାଜ୍ୟପାଳ ତାଙ୍କ ଜୀବନ ବଞ୍ଚାଇଥିବା ଉଜେଲା ସ୍ବୀକାର କରିଛନ୍ତି।
ତେଲେଙ୍ଗାନା ରାଜ୍ୟପାଳ ବିମାନରେ ଅସୁସ୍ଥ ସହଯାତ୍ରୀଙ୍କ ଚିକିତ୍ସା କଲେ
/sambad/media/post_attachments/wp-content/uploads/2022/07/fhfshsfhhsffhsfhfh.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)