ତିରୁବନନ୍ତପୁରମ: କେରଳ ରାଜ୍ୟପାଳ ଆରିଫ ମହମ୍ମଦ ଖାନ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କୁ ଏକ ଚିଠି ଲେଖି ଅଭିଯୋଗ କରିଛନ୍ତି ଯେ ମୁଖ୍ୟମନ୍ତ୍ରୀ ପିନାରାଇ ବିଜୟନଙ୍କ ୧୦ ଦିନିଆ ବିଦେଶ ଗସ୍ତରେ ଯାଇଥିବାବେଳେ ଏବଂ ତାଙ୍କ ଅନୁପସ୍ଥିତିରେ ସରକାର ଚଳାଇବା ପାଇଁ ଦିଆଯାଇଥିବା ବିକଳ୍ପ ବ୍ୟବସ୍ଥା ସମ୍ପର୍କରେ ତାଙ୍କୁ ଅବଗତ କରାଇନଥିଲେ | ବିଜୟନ ୧୦ ଦିନ ପାଇଁ ୟୁରୋପ ଗସ୍ତରେ ଯାଇଥିଲେ ଓ ରାଜ୍ୟପାଳ ଅକ୍ଟୋବରରେ ରାଷ୍ଟ୍ରପତିଙ୍କୁ ଏକ ଚିଠି ଲେଖିଥିଲେ ଯେଉଁଥିରେ ସେ ଲେଖିଥିଲେ ଯେ, ସେ ଗଣମାଧ୍ୟମରୁ ମୁଖ୍ୟମନ୍ତ୍ରୀଙ୍କ ବିଦେଶ ଗସ୍ତ ବାବଦରେ ଜାଣିବାକୁ ପାଇଥିଲେ | ସେ ଲେଖିଥିଲେ ଯେ ତାଙ୍କ(ମୁଖ୍ୟମନ୍ତ୍ରୀ) ଅନୁପସ୍ଥିତିରେ କଣ ସବୁ ବିକଳ୍ପ ବ୍ୟବସ୍ଥା କରାଯାଇଛି, ସେ ବିଷୟରେ ତାଙ୍କୁ ସରକାରୀ ଭାବେ ଅବଗତ କରାଯାଇ ନାହିଁ।
କିନ୍ତୁ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ କହିଛି ଯେ ଅକ୍ଟୋବର ୩ରେ ସେ ମୃତ ମାର୍କ୍ସବାଦୀ ନେତା କୋଡିୟେରୀ ବାଲାକ୍ରିଷ୍ଣନଙ୍କୁ ଶ୍ରଦ୍ଧାଞ୍ଜଳି ଦେବା ପାଇଁ କନ୍ନୁର ଆସିଥିବା ବେଳେ ରାଜ୍ୟପାଳଙ୍କୁ ଏହି ବିଦେଶ ଯାତ୍ରା ବିଷୟରେ ଅବଗତ କରାଯାଇଥିଲା। ସାଧାରଣତଃ ବିଦେଶ ଯାତ୍ରା କରିବା ପୂର୍ବରୁ ମୁଖ୍ୟମନ୍ତ୍ରୀ ରାଜ୍ୟପାଳଙ୍କୁ ଜଣାଇବାକୁ ପଡିଥାଏ ଏବଂ ଫେରିବା ପରେ, ରାଜ୍ୟପାଳଙ୍କୁ ଫୋନ କରିବାକୁ ପଡ଼ିଥାଏ | ତେବେ ଗତ ମାସରେ, ମୁଖ୍ୟମନ୍ତ୍ରୀ ୟୁରୋପ ଯାଇଥିଲେ ଏବଂ ପରେ ଦେଶକୁ ଫେରିବା ପୂର୍ବରୁ ୟୁଏଇରେ କିଛି ଦିନ ରହିଥିଲେ | ମୁଖ୍ୟମନ୍ତ୍ରୀଙ୍କ ସହ ତାଙ୍କ ଟିମ୍ ଫିନଲ୍ୟାଣ୍ଡ, ନରୱେ ଏବଂ ବ୍ରିଟେନ ଗସ୍ତରେ ମଧ୍ୟ ଯାଇଥିଲେ | ଆଉ ଏହାପରେ ମୁଖ୍ୟମନ୍ତ୍ରୀ ଏକ ସାମ୍ବାଦିକ ସମ୍ମିଳନୀ କରି କହିଥିଲେ ଯେ ୟୁରୋପୀୟ ଦେଶମାନଙ୍କ ସହ ପୁଞ୍ଜି ବିନିଯୋଗ ଏବଂ ସହଯୋଗକୁ ପ୍ରୋତ୍ସାହିତ କରିବା ପାଇଁ ସେ ଗସ୍ତ କରିଥିଲେ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2022/11/hgg.jpg)