ଦିଲ୍ଲୀରେ ରାଜ୍ୟପାଳ ସମ୍ମିଳନୀ ଆରମ୍ଭ 

ନୂଆଦିଲ୍ଲୀ: ଆଜିିଠାରୁ ରାଷ୍ଟ୍ରପତି ଭବନରେ ରାଜ୍ୟପାଳମାନଙ୍କର ୪୮ତମ ସମ୍ମିଳନୀ ଆରମ୍ଭ ହୋଇଛି। ଏହି ଦୁଇ ଦିନିଆ ସମ୍ମିଳନୀକୁ ରାଷ୍ଟ୍ରପତି ରାମନାଥ କୋବିନ୍ଦ ଉଦ୍‌ଘାଟନ କରିଥିଲେ। ଏଥିରେ  ଓଡ଼ିଶାର ରାଜ୍ୟପାଳ ଏସ୍‌.ସି ଜମିରଙ୍କ ସମେତ ୨୭ଟି ରାଜ୍ୟର ରାଜ୍ୟପାଳ ଏବଂ କେନ୍ଦ୍ରଶାସିତ ଅଞ୍ଚଳର ଉପରାଜ୍ୟମାନେ ଯୋଗ ଦେଇଛନ୍ତି। ସମ୍ମିଳନୀର ପ୍ରଥମ ଦିନରେ ନ୍ୟୁ ଇଣ୍ଡିଆ-୨୦୨୨, ରାଜ୍ୟମାନଙ୍କର ଉଚ୍ଚଶିକ୍ଷା ତଥା ଦକ୍ଷତା ବିକାଶ ପ୍ରସଙ୍ଗରେ ଆଲୋଚନା ହୋଇଥିଲା। ଆସନ୍ତାକାଲି ରାଜ୍ୟପାଳମାନେ ସେମାନଙ୍କ ରାଜ୍ୟ ସମ୍ପର୍କିତ ପ୍ରସଙ୍ଗଗୁଡ଼ିକୁ ଉପସ୍ଥାପନ କରିବେ। ସମ୍ମିଳନୀର ଉଦ୍‌ଘାଟନ ଅବସରରେ ଉପରାଷ୍ଟ୍ରପତି ଏମ୍‌ ଭେଙ୍କୟା ନାଇଡୁ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସମେତ କିଛି ବରିଷ୍ଠ କେନ୍ଦ୍ରମନ୍ତ୍ରୀ ଏବଂ ନିତି ଆୟୋଗ ଉପାଧ୍ୟକ୍ଷ ଡ. ରାଜୀବ କୁମାର ମଧ୍ୟ ଉପସ୍ଥିତ ଥିଲେ। ନବ୍ୟ ଭାରତର ସ୍ୱପ୍ନକୁ ସାକାର କରିବା ପାଇଁ ସବୁସ୍ତରରେ ନିଷ୍ଠାପର ପ୍ରୟାସ କରିବାକୁ ଏହି ସମ୍ମିଳନୀରେ ଆହ୍ଵାନ ଦିଆଯାଇଛି।

ସମ୍ବନ୍ଧିତ ଖବର