ଜମ୍ମୁ : ନାଗରିକତା ସଂଶୋଧନ ଆଇନ ଏବଂ ପ୍ରସ୍ତାବିତ ଏନ୍ଆରସିକୁ ବିରୋଧ କରି ଏବେ ଦେଶବ୍ୟାପୀ ଆନ୍ଦୋଳନ ଲାଗି ରହିଥିବା ବେଳେ ପିଏମ୍ଓରେ କେନ୍ଦ୍ର ରାଷ୍ଟ୍ରମନ୍ତ୍ରୀ ଜିତେନ୍ଦ୍ର ସିଂହ ଆଜି କହିଛନ୍ତି ଯେ, ରୋହିଙ୍ଗ୍ୟା ଅନୁପ୍ରବେଶକାରୀଙ୍କୁ ଦେଶରୁ ହଟାଇବା କେନ୍ଦ୍ର ସରକାରଙ୍କ ପରବର୍ତ୍ତୀ ପଦକ୍ଷେପ । ଜମ୍ମୁ କାଶ୍ମୀର ସହ ଦେଶବ୍ୟାପୀ ସବୁ ସ୍ଥାନରେ ସିଏଏ ଲାଗୁ ହୋଇଛି ବୋଲି ଜମ୍ମୁ କାଶ୍ମୀରରେ ଏକ କାର୍ଯ୍ୟକ୍ରମରେ ଯୋଗ ଦେଇ ଜିତେନ୍ଦ୍ର ସିଂହ ଏହା କହିଛନ୍ତି। ଜମ୍ମୁ ଏବଂ ସାମ୍ବା ଜିଲ୍ଲାରେ ୧୩,୭୦୦ରୁ ଅଧିକ ରୋହିଙ୍ଗ୍ୟା ମୁସଲିମ, ବାଂଲାଦେଶୀ ନାଗରିକ ଏବଂ ବିଦେଶୀ ରହିଛନ୍ତି। ଏନେଇ ଏକ ତାଲିକା ପ୍ରସ୍ତୁତ କରାଯିବ ଏବଂ ବାୟୋମେଟ୍ରିକ୍ ସଂଗ୍ରହ କରାଯିବ ବୋଲି ସିଂହ କହିଛନ୍ତି। ଗୃହ ମନ୍ତ୍ରାଳୟ ପକ୍ଷରୁ ଦାବି ହୋଇଛି ଯେ ଭାରତରେ ଥିବା ପ୍ରାୟ ୧୪,୦୦୦ ରୋହିଙ୍ଗ୍ୟା ଶରଣାର୍ଥୀ ୟୁଏନ୍ଏଚସିଆର ସହ ପଂଜିକୃତ। ଅନ୍ୟପକ୍ଷେ ୪୦,୦୦୦ ରୋହିଙ୍ଗ୍ୟା ଭାରତରେ ବେଆଇନ ଭାବେ ବସବାସ କରୁଛନ୍ତି।
‘ସିଏଏ ପରେ ସରକାରଙ୍କ ପରବର୍ତ୍ତୀ ପଦକ୍ଷେପ ରୋହିଙ୍ଗ୍ୟାଙ୍କୁ ହଟାଇବା’
/sambad/media/post_attachments/wp-content/uploads/2019/11/bjp-news-nation.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)