ସାମୁଦ୍ରିକ ବାତ୍ୟା ‘ବାୟୁ’ ଗତିପଥ ବଦଳାଇ ଥିଲେ ବି ମୁକାବିଲା ପାଇଁ ପ୍ରଶାସନ ପୂର୍ବପରି ପ୍ରସ୍ତୁତ ରହିଛି

ନୂଆଦିଲ୍ଲୀ: ଗୁରୁବାର ଅପରାହ୍ଣରେ ଗୁଜରାଟରେ ଲ୍ୟାଣ୍ଡ୍‌ଫଲ୍‌ କରିବାକୁ ଥିବା ଅତି ପ୍ରବଳ ସାମୁଦ୍ରିକ ବାତ୍ୟା ‘ବାୟୁ’ ସିଧାସଳଖ ସ୍ଥଳଭାଗରେ ପ୍ରବେଶ ନ କରି ଉପକୂଳବର୍ତ୍ତୀ ଅଞ୍ଚଳକୁ ପ୍ରଭାବିତ କରିବ ବୋଲି ଆଇଏମ୍‌ଡି କହିଛି। ଘଣ୍ଟାପ୍ରତି ୧୫୫ ରୁ ୧୬୫ କିଲୋମିଟର ବେଗରେ ଏହା ଆମରେଲି, ଗିର ସୋମନାଥ, ଦିଉ, ଜୁନାଗଡ଼, ପୋରବନ୍ଦର, ରାଜକୋଟ, ଜାମନଗର, ଦେବଭୂମି ଦ୍ୱାରକା ଏବଂ କଚ ଜିଲ୍ଲାକୁ ପ୍ରଭାବିତ କରି ପ୍ରବାହିତ ହେବ।

ପ୍ରତିଷେଧ ବ୍ୟବସ୍ଥା ସ୍ୱରୂପ ତଳିଆ ଅଞ୍ଚଳରୁ ୩. ୧ ଲକ୍ଷରୁ ଅଧିକ ଲୋକଙ୍କୁ ସ୍ଥାନାନ୍ତର କରାଯାଇଛି। ଭାରତୀୟ ତଟରକ୍ଷୀ, ନୌବାହିନୀ, ସେନା ଏବଂ ବାୟୁସେନା ୟୁନିଟ୍‌କୁ ସଜାଗ ରଖାଯାଇଛି। ବିମାନ ଏବଂ ହେଲିକପ୍ଟର୍‌ ସବୁ ଆକଶପଥରେ ପଇନ୍ତରା ମାରୁଛନ୍ତି।

Image Source: Zee News

ଅତିରିକ୍ତ ମୁଖ୍ୟ ଶାସନ ପଙ୍କଜ କୁମାର କହିଛନ୍ତି ଯେ ବାତ୍ୟା ଗତପଥ ବଦଳାଇ ଦେଇଥିବା କଥା ଆଇଏମ୍‌ଡି ସୂଚନା ଦେଇଥିଲେ ମଧ୍ୟ ପ୍ରବଳ ପବନ ଓ ବର୍ଷା ହୋଇ ପାରେ। ତେଣୁ ଆମେ ସଜାଗ ହୋଇ ରହିଛୁ।

େଓ୍ଵଷ୍ଟର୍ଣ୍ଣ ରେଳବାଇ ଆଉ ସାତଟି ଟ୍ରେନ୍‌ ବାତିଲ୍‌ କରିଛି। ବାତ୍ୟା ଯୋଗୁଁ ସମୁଦାୟ ୧୧୦ଟି ରେଳଗାଡ଼ିର ଚଳାଚଳ ପ୍ରଭାବିତ ହେବ।
ରିଲିଫ୍‌ ସାମଗ୍ରି ଭାବେ ବାତ୍ୟା ପ୍ରଭାବିତ ଅଞ୍ଚଳରେ ବଣ୍ଟନ ସକାଶେ ରାଜକୋଟ ଠାରେ ବିଭିନ୍ନ ସଙ୍ଗଠନ ଦ୍ୱାରା ଖାଦ୍ୟପୁଡ଼ିଆ ପ୍ରସ୍ତୁତ କରାଯାଉଛି। କୋଙ୍କଣ ଅଞ୍ଚଳକୁ ସର୍ବସାଧାରଣଙ୍କ ପାଇଁ ବନ୍ଦ ରଖାଯାଇଛି।

ବାତ୍ୟା ପ୍ରଭାବରେ କର୍ଣ୍ଣାଟକ ଉପକୂଳବର୍ତ୍ତୀ ଅଞ୍ଚଳର କେତେକ ଜିଲ୍ଲାରେ ପ୍ରବଳ ବର୍ଷା ହେବାର ସମ୍ଭାବନା ଥିବା କଥା ପାଣିପାଗ ବିଭାଗ କହିଛି।

ସମ୍ବନ୍ଧିତ ଖବର