ଦେଶରେ ଏଣିକି ବିମାନ ଭିତରେ ଯାତ୍ରୀମାନଙ୍କୁ ଉପଲବ୍ଧ ହେବ ଓ୍ଵାଇ-ଫାଇ ଜରିଆରେ ଇଣ୍ଟରନେଟ ସେବା

ନୂଆଦିଲ୍ଲୀ: ଏଣିକି ବିମାନ ଯାତ୍ରୀମାନଙ୍କୁ ଯାତ୍ରାକାଳରେ ବିମାନ ଭିତରେ ଓ୍ଵାଇ-ଫାଇ ଜରିଆରେ ଇଣ୍ଟରନେଟ ସୁବିଧା ଉପଲବ୍ଧ ହେବ। ଏଥିପାଇଁ କେନ୍ଦ୍ର ସରକାର ଆଜି (ସୋମବାର) ବିଧିବଦ୍ଧ ଭାବେ ଅନୁମତି ପ୍ରଦାନ କରିଛନ୍ତି। ଦେଶ ମଧ୍ୟରେ ବିମାନ ସେବା ଯୋଗାଉଥିବା ଏୟାର ଇଣ୍ଡିଆ ସମେତ ଅନ୍ୟ ସମସ୍ତ ଘରୋଇ ବିମାନ କମ୍ପାନି ଯାତ୍ରୀମାନଙ୍କୁ ଏହି ସୁବିଧା ଯୋଗାଇଦେବେ। କେବଳ ମାତ୍ର ବିମାନ ଉଡ଼ାଣ ଭରିବା ଓ ଅବତରଣ କରିବା କାଳରେ ଏହି ସୁବିଧା ଉପଲବ୍ଧ ହେବ ନାହିଁ। ବିମାନ ଭିତରେ ଓ୍ଵାଇ-ଫାଇକୁ ନିୟନ୍ତ୍ରଣ କରିବାର କ୍ଷମତା ବିମାନର ପାଇଲଟ ଇନ୍‌ କମାଣ୍ଡଙ୍କ ହାତରେ ରହିବ।

The Pioneer

ବିମାନ ଯାତ୍ରାକାଳରେ ଯାତ୍ରୀମାନଙ୍କର ମୋବାଇଲ ଫ୍ଲାଇଟ୍‌ ମୋଡ୍‌ କିମ୍ବା ଏରୋପ୍ଲେନ୍‌ ମୋଡ୍‌ରେ ଥିଲେ ବି ଯାତ୍ରୀମାନଙ୍କୁ ସେମାନଙ୍କ ମୋବାଇଲରେ ଓ୍ଵାଇ-ଫାଇ ଜରିଆରେ ଏହି ଇଣ୍ଟରନେଟ ସୁବିଧା ଉପଲବ୍ଧ ହୋଇପାରିବ। ଫଳରେ ବିମାନ ଯାତ୍ରୀମାନେ ସେମାନଙ୍କ ବିମାନ ଯାତ୍ରା କାଳରେ ବିମାନ ଭିତରେ ନିଜ ନିଜର ଲାପଟପ୍‌, ସ୍ମାର୍ଟଫୋନ, ଟାବଲେଟ, ସ୍ମାର୍ଟ ଓ୍ଵାଚ୍‌୍‌, ଇ-ରିଡର ଇତ୍ୟାଦିକୁ ବ୍ୟବହାର କରିପାରିବେ ବୋଲି କେନ୍ଦ୍ର ସରକାରଙ୍କ ପକ୍ଷରୁ ଜାରି କରାଯାଇଥିବା ଏକ ବିଜ୍ଞପ୍ତିରେ କୁହାଯାଇଛି।

ସମ୍ବନ୍ଧିତ ଖବର