କୋଭିଡ୍-୧୯ ପରୀକ୍ଷା କରିବାକୁ ଘରୋଇ ଲାବ୍ରୋଟରିକୁ ଅନୁମତି ଦେଲେ ସରକାର; ଟ. ୪୫୦୦/-ରେ କରିବେ ପରୀକ୍ଷା

ନୂଆଦିଲ୍ଲୀ: କୋଭିଡ୍-୧୯ ପରୀକ୍ଷା କରିବାକୁ କେନ୍ଦ୍ର ସରକାର ଶନିବାର ଦିନ ଘରୋଇ ଲାବ୍ରୋଟରିଗୁଡ଼ିକୁ ଅନୁମତି ଦେଇଛନ୍ତି । କିନ୍ତୁ, ଏହି ପରୀକ୍ଷା ପାଇଁ ଦେୟ ଟ. ୪, ୫୦୦/-ରେ ସୀମିତ ରଖିଛନ୍ତି ।

“ଆରଏନଏ ‘ ଭାଇରସ୍ର “ରିଅଲ୍-ଟାଇମ୍ ପିସିଆର୍ ଏସ୍ଏ’ ନିମନ୍ତେ “ଏନ୍ଏବିଏଲ୍’ ସ୍ୱୀକୃତି ପାଇଥିବା ସମସ୍ତ ଘରୋଇ ଲାବ୍ରୋଟରିଗୁଡ଼ିକୁ “କୋଭିଡ୍-୧୯’ ପରୀକ୍ଷା କରିବାକୁ ଶନିବାର ରାତିରେ କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରାଳୟ ଅନୁମତି ଦେଇଛି । “ଇଣ୍ଡିଆନ୍ କାଉନ୍ସିଲ୍ ଅଫ୍ ମେଡିକାଲ୍ ରିସର୍ଚ’ ଜାରି କରିଥିବା ନିୟମାବଳୀ ଆଧାରରେ ଘରୋଇ ଲାବ୍ରୋଟରିଗୁଡ଼ିକ ଏହି ପରୀକ୍ଷା କରିବେ ବୋଲି ସ୍ୱାସ୍ଥ୍ୟ ମନ୍ତ୍ରାଳୟ କହିଛି । ଏହି ପରୀକ୍ଷା ନିମନ୍ତେ ସର୍ବାଧିକ ମୂଲ୍ୟ ୪, ୫୦୦/-ରୁ ଅଧିକ ହେବ ନାହିଁ ବୋଲି ନ୍ୟାସନାଲ୍ ଟାସ୍କ ଫୋର୍ସ କହିଛି । ଟାସ୍କ ଫୋର୍ସ ଗାଇଡ୍ଲାଇନ୍ ଅନୁସାରେ, କରୋନାଭାଇରସ୍ ସନ୍ଦିଗ୍ଧ କି, ନୁହେଁ ତାହାର ସ୍କ୍ରିନିଙ୍ଗ୍ ପରୀକ୍ଷା ପାଇଁ ଟ. ୧୫୦୦/- ଏବଂ କନ୍ଫର୍ମମେସନ୍ ପରୀକ୍ଷା ପାଇଁ ଟ. ୩୦୦୦/- ।

Image Source: The Print

କିନ୍ତୁ ଏ ଭଳି ଜାତୀୟ ସଙ୍କଟ ସମୟରେ ଏହି ପରୀକ୍ଷା ମାଗଣା କିଂବା ରିହାତି ଦରରେ କରାଗଲେ ଭଲ ହୁଅନ୍ତା ବୋଲି “ଆଇସିଏମ୍ଆର୍’ ଗାଇଡଲାଇନରେ ଉଲ୍ଲେଖ କରିଛି ।

ଯେଉଁ ଲାବ୍ରୋଟରିଗୁଡ଼ିକ ଏହି ନିୟମାବଳୀ ଉଲ୍ଲଂଘନ କରିବେ ସେମାନଙ୍କ ବିରୋଧରେ ଆଇନଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ସ୍ୱାସ୍ଥ୍ୟ ମନ୍ତ୍ରାଳୟ କହିଛି ।

ସମ୍ବନ୍ଧିତ ଖବର