ରେଳ କର୍ମଚାରୀଙ୍କୁ କେନ୍ଦ୍ର ସରକାରଙ୍କ ପୂଜା ଭେଟି, ୭୮ ଦିନର ଦରମା ବୋନସ ଆକାରରେ ମିଳିବ

ନୂଆଦିଲ୍ଲୀ : ଦେଶର ଲକ୍ଷ ଲକ୍ଷ ରେଳ କର୍ମଚାରୀଙ୍କ ପାଇଁ ଖୁସି ଖବର । କେନ୍ଦ୍ର ସରକାର ସେମାନଙ୍କ ପାଇଁ ପୂଜାଭେଟି ଘୋଷଣା କରିଛନ୍ତି । ଏଥର ରେଳ କର୍ମଚାରୀଙ୍କୁ ୭୮ ଦିନର ଦରମା ବୋନସ ଆକାରରେ ମିଳିବ ବୋଲି କେନ୍ଦ୍ର କ୍ୟାବିନେଟ ବୈଠକରେ ଆଜି ନିଷ୍ପତ୍ତି ନିଆଯାଇଛି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏହି କ୍ୟାବିନେଟ ବୈଠକରେ ଅଧ୍ୟକ୍ଷତା କରିଥିଲେ ।

ଏହି ନିଷ୍ପତ୍ତି ଘୋଷଣା କରି କେନ୍ଦ୍ର ପରିବେଶ ଓ ଜଙ୍ଗଲମନ୍ତ୍ରୀ ପ୍ରକାଶ ଜାବେଡେକର କହିଛନ୍ତି ଯେ ସରକାରଙ୍କ ଏହି ନିଷ୍ପତ୍ତି ଦ୍ୱାରା ଦେଶର ପ୍ରାୟ ୧୧ ଲକ୍ଷ ରେଳ କର୍ମଚାରୀ ଉପକୃତ ହେବେ । ତେବେ ଏହି ବୋନସ ଯୋଗୁଁ ସରକାରୀ ରାଜକୋଷ ଉପରେ ୨୦୨୪ କୋଟି ଟଙ୍କାର ଅତିରିକ୍ତ ଆର୍ଥିକ ବୋଝ ପଡିବ । କ୍ରମାଗତ ୬ଷ୍ଠ ବର୍ଷ ପାଇଁ କେନ୍ଦ୍ର ସରକାର ରେଳ କର୍ମଚାରୀମାନଙ୍କ ପାଇଁ ଉତ୍ପାଦକତା ସଂପର୍କିତ ବୋନସ ଘୋଷଣା କରିଛନ୍ତି ବୋଲି ଜାବଡେକର କହିଛନ୍ତି ।

ସମ୍ବନ୍ଧିତ ଖବର