ଡାକ କର୍ମଚାରୀଙ୍କୁ ୧୦ ଲକ୍ଷ ଟଙ୍କା ଲେଖାଏଁ କ୍ଷତିପୂରଣ

ନୂଆଦିଲ୍ଲୀ : ଡାକ କର୍ମଚାରୀମାନେ କାର୍ଯ୍ୟରତ ଅବସ୍ଥାରେ କରୋନା ଭୂତାଣୁ ଦ୍ୱାରା ସଂକ୍ରମିତ ହୋଇ ଯଦି ପ୍ରାଣ ହରାନ୍ତି, ସେମାନଙ୍କୁ ୧୦ ଲକ୍ଷ ଟଙ୍କା ଲେଖାଏଁ କ୍ଷତିପୂରଣ ମିଳିବ । ଡାକ ବିଭାଗ ଅତ୍ୟାବଶ୍ୟକ ସେବାର ଅନ୍ତର୍ଭୁକ୍ତ ହୋଇଥିବାରୁ ଏହାର କର୍ମଚାରୀମାନେ କରୋନା ସଂକ୍ରମଣ କାଳରେ ବିଭିନ୍ନ ଡାକସେବା ସହ ଏହି ବ୍ୟାଧିର ଚିକିତ୍ସା ଓ ନିରାକରଣରେ ବ୍ୟବହୃତ ହେଉଥିବା ଔଷଧ ସାମଗ୍ରୀ/ପାର୍ସଲ ଆଦି ବାଣ୍ଟୁଛନ୍ତି । ଏହି ଦାୟିତ୍ୱ ନିର୍ବାହନ କାଳରେ ସେମାନେ କରୋନା ଭୂତାଣୁ ଦ୍ୱାରା ସଂକ୍ରମିତ ହେବାର ସମ୍ଭାବନା ରହିଛି । ତେଣୁ ଏଭଳି ସ୍ଥିତିରେ ଯଦି କୌଣସି ଡାକ କର୍ମଚାରୀଙ୍କର ମୃତ୍ୟୁ ଘଟେ, ସେମାନଙ୍କ ପରିବାରକୁ ୧୦ ଲକ୍ଷ ଟଙ୍କା ଲେଖାଏଁ କ୍ଷତିପୂରଣ ଦିଆଯିବ। ଉଭୟ ଗ୍ରାମୀଣ ତଥା ଅନ୍ୟାନ୍ୟ ଡାକ କର୍ମଚାରୀମାନେ ଏହି ସୁବିଧା ପାଇବେ । ଏଥିପାଇଁ ସ୍ୱରାଷ୍ଟ୍ର ମନ୍ତ୍ରାଳୟ ପକ୍ଷରୁ ଏକ ନିର୍ଦ୍ଦେଶନାମା ଜାରି ହୋଇଛି । ଏହି ନିର୍ଦ୍ଦେଶାବଳୀ ତୁରନ୍ତ ଲାଗୁ ହେବା ସହିତ କରୋନା ସଂକ୍ରମଣ କାଳ ପର୍ଯ୍ୟନ୍ତ ଏହା ଅବ୍ୟାହତ ରହିବ ।

ସମ୍ବନ୍ଧିତ ଖବର