କରୋନା ପୀଡ଼ିତଙ୍କ ପାଇଁ ସହାୟତା ରାଶି ଘୋଷଣା କଲେ ସରକାର, ମୃତକଙ୍କୁ ମିଳିବ ୪ ଲକ୍ଷ

ନୂଆଦିଲ୍ଲୀ : ଦେଶରେ କରୋନା ଭାଇରସ ଆକ୍ରାନ୍ତଙ୍କ ସଂଖ୍ୟା ବଢିଚାଲିଥିବାବେଳେ କେନ୍ଦ୍ର ସରକାର ଏହାକୁ ଏକ ଅନୁସୂଚୀତ ବିପର୍ଯ୍ୟୟ ଘୋଷଣା କରିଛନ୍ତି । ଏହାଫଳରେ କରୋନା ପୀଡ଼ିତଙ୍କ ପାଇଁ ରାଜ୍ୟ ବିପର୍ଯ୍ୟୟ ମୁକାବିଲା ପାଣ୍ଠି (ଏସଡିଆରଏଫ)ରୁ ସହାୟତା ପାଇପାରିବେ ।
ଶନିବାରଦିନ କେନ୍ଦ୍ର ଗୃହ ମନ୍ତ୍ରାଳୟ ପକ୍ଷରୁ ରାଜ୍ୟ ମୁଖ୍ୟ ଶାସନ ସଚିବମାନଙ୍କୁ ଏକ ପତ୍ର ଲେଖି ଏ ସଂପର୍କରେ ସୂଚୀତ କରାଯାଇଛି । କେନ୍ଦ୍ର ସରକାରଙ୍କ ଦ୍ୱାରା ନିଆଯାଇଥିବା ନିଷ୍ପତ୍ତି ଅନୁସାରେ କରୋନା ଭାଇରସରେ ସଂକ୍ରମିତ ହୋଇ ମୃତ୍ୟୁ ବରଣ କଲେ ୪ ଲକ୍ଷ ଟଙ୍କା ସହାୟତା ମୃତକଙ୍କ ପରିବାର ବା ନିକଟତମ ସଂପର୍କୀୟଙ୍କୁ ମିଳିବ ।

 

କରୋନା ସଂକ୍ରମିତ ହୋଇ ହସପିଟାଲରେ ଭର୍ତ୍ତି ହେଲେ ଚିକିତ୍ସା ଖର୍ଚ୍ଚ ସରକାର ବହନ କରିବେ । ସେହିପରି କରୋନା ଭାଇରସରେ ସଂକ୍ରମିତ ହୋଇ ଏକ କ୍ୱାରାଣ୍ଟାଇନ ସେଣ୍ଟରରେ ଭର୍ତ୍ତି ହୋଇଥିଲେ ସମୁଦାୟ ଚିକିତ୍ସା, ରହଣି, ନମୁନା ପରୀକ୍ଷଣ ଆଦି ଖର୍ଚ୍ଚ ସରକାର ବହନ କରିବେ । ଅନ୍ୟପକ୍ଷରେ କରୋନା ମୁକାବିଲା ପାଇଁ ଅତିରିକ୍ତ ପରୀକ୍ଷାଗାର ସ୍ଥାପନ, ସରକାରୀ କର୍ମଚାରୀ, ସ୍ୱାସ୍ଥ୍ୟସେବା କର୍ମଚାରୀ, ପୁଲିସ ଆଦିଙ୍କ ସୁରକ୍ଷା ପାଇଁ କିଣାଯିବାକୁ ଥିବା ସାମଗ୍ରୀର ବ୍ୟୟ ରାଜ୍ୟ ବିପର୍ଯ୍ୟୟ ମୁକାବିଲା ପାଣ୍ଠିରୁ ଭରଣା କରାଯିବ ।

ସମ୍ବନ୍ଧିତ ଖବର