‘ଉଡାଣ-୩’ରେ ୨୩୫ଟି ରୁଟ ପାଇଁ ଲାଇସେନ୍ସ ପ୍ରଦାନ, ଓଡ଼ିଶାର ଝାରସୁଗୁଡ଼ାକୁ ୬ଟି ସହରରୁ ବିମାନ ସେବା ଆରମ୍ଭ ହେବ

ଭୁବନେଶ୍ୱର : କେନ୍ଦ୍ର ବେସାମରିକ ବିମାନ ଚଳାଚଳ ମନ୍ତ୍ରାଳୟ ପକ୍ଷରୁ ଆଜି ୩ୟ ପର୍ଯ୍ୟାୟ ଉଡାନ ସ୍କିମ ଘୋଷଣା କରାଯାଇଛି । ଏଥିରେ ୨୩୫ଟି ରୁଟ ପାଇଁ ଲାଇସେନ୍ସ ପ୍ରଦାନ କରାଯାଇଛି । ଏସବୁ ରୁଟ ପାଇଁ ଲାଇସେନ୍ସ ପାଇଥିବା ବିମାନସେବା କମ୍ପାନିମାନେ ହେଲେ ସ୍ପାଇସ୍ ଜେଟ, ଇଣ୍ଡିଗୋ, ଜେଟ ଏୟାରେଓ୍ଵଜ, ଏୟାର ଇଣ୍ଡିଆର ଶାଖା କମ୍ପାନି ଆଲାଏନ୍ସ ଏୟାର ଓ ଟର୍ବୋ ଆଭିଏସନ ।

ଏହି ସ୍କିମ ସଂପର୍କରେ ଘୋଷଣା କରି କେନ୍ଦ୍ର ପେଟ୍ରୋଲିୟମ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ କହିଲେ ଯେ ଓଡ଼ିଶାର ଝାରସୁଗୁଡ଼ା ଏୟାରପୋର୍ଟକୁ ଦେଶର ୬ଟି ସହରରୁ ବିମାନ ଚଳାଚଳ କରିବ । ଏହି ସହରଗୁଡ଼ିକ ହେଲେ ଭୁବନେଶ୍ୱର, ମୁମ୍ବାଇ, କୋଲକତା, ହାଇଦ୍ରାବାଦ,ଦିଲ୍ଲୀ ଓ ରାୟପୁର । ଅନ୍ୟପକ୍ଷରେ ଭୁବନେଶ୍ୱରର ନୂଆ ଓ ପୁରୁଣା ଏୟାରପୋର୍ଟକୁ ମିଶାଇ ଏକ ବୃହତ ଏୟାରପୋର୍ଟ ନିର୍ମାଣ କରାଯିବ ବୋଲି ସେ କହିଛନ୍ତି । ଏଥିଲାଗି  ବିମାନ ଚଳାଚଳ ମନ୍ତ୍ରାଳୟ ୧୦୦୦ କୋଟି ଟଙ୍କା ମଞ୍ଜୁର କରିଛି।   ଭୁବନେଶ୍ୱରରୁ ତୀର୍ଥକ୍ଷେତ୍ର ବାରାଣାସୀକୁ ଫ୍ଲାଇଟ ଚାଲିବ । ଭୁବନେଶ୍ୱରକୁ ଏୟାର ଇଣ୍ଡିଆର ଶାଖା କମ୍ପାନି ଆଲାଏନ୍ସ ଏୟାର ଓ ଟର୍ବୋ ଆଭିଏସନର ବିମାନ ସେବା ଆରମ୍ଭ ହେବ ବୋଲି ସେ କହିଛନ୍ତି ।

ସମ୍ବନ୍ଧିତ ଖବର