ଇପିଏଫ ସୁଧହାର ୮.୬୫%କୁ ବୃଦ୍ଧି ପ୍ରସ୍ତାବକୁ କେନ୍ଦ୍ର ସରକାରଙ୍କ ମଞ୍ଜୁରୀ

ନୂଆଦିଲ୍ଲୀ :ଇପିଏଫଧାରୀଙ୍କ ପାଇଁ କେନ୍ଦ୍ର ସରକାରଙ୍କ ପୂଜା ଭେଟି ! ୨୦୧୮-୧୯ ଆର୍ଥିକ ବର୍ଷ ପାଇଁ ଇପିଏଫ ସୁଧହାର ୮.୬୫ ପ୍ରତିଶତକୁ ବୃଦ୍ଧି ପ୍ରସ୍ତାବକୁ ଆଜି କେନ୍ଦ୍ର ସରକାର ମଞ୍ଜୁର କରିଛନ୍ତି । ସରକାରୀ ମଞ୍ଜୁରୀ ପରେ ଏ ନେଇ ବିଜ୍ଞପ୍ତି ପ୍ରକାଶ ପାଇଛି । ସରକାରଙ୍କ ଏହି ନିଷ୍ପତ୍ତି ଦ୍ୱାରା ଏହା ଦ୍ୱାରା ପ୍ରାୟ ୬ କୋଟି ଇପିଏଫଧାରୀ ଉପକୃତ ହେବେ ।

ଏ ସଂପର୍କରେ ଘୋଷଣା କରି କେନ୍ଦ୍ର ଶ୍ରମମନ୍ତ୍ରୀ ସନ୍ତୋଷ ଗଙ୍ଗଓ୍ଵାର କହିଛନ୍ତି ଯେ ଖୁବଶୀଘ୍ର ଏହି ବର୍ଦ୍ଧିତ ସୁଧହାର ୬ କୋଟି ଇପିଏଫଧାରୀଙ୍କ ଖାତାରେ ମୋଟ ୫୪ ହଜାର କୋଟି ଟଙ୍କାର ସୁଧ ଜମା ହେବ । ଏହି ସୁଧହାର ବୃଦ୍ଧି ସଂପର୍କରେ ଗତ ଫେବ୍ରୁଆରୀ ମାସରେ ସେଣ୍ଟ୍ରାଲ ବୋର୍ଡ ଅଫ ଟ୍ରଷ୍ଟି ପକ୍ଷରୁ ନିଷ୍ପତ୍ତି ନିଆଯାଇଥିଲା । ତେବେ ଅର୍ଥମନ୍ତ୍ରାଳୟ ଏତେ ପରିମାଣର ସୁଧ ଦେବାକୁ ରାଜି ହେଉନଥିବାରୁ ଏନେଇ ଏପର୍ଯ୍ୟନ୍ତ ବିଜ୍ଞପ୍ତି ପ୍ରକାଶ ପାଇନଥିଲା । ଏବେ ଏ ନେଇ ଅର୍ଥମନ୍ତ୍ରାଳୟ ରାଜି ହୋଇଥିବାରୁ ଏହାଦ୍ୱାରା ପ୍ରାୟ ୬ କୋଟି ଇପିଏଫଧାରୀ ଉପକୃତ ହେବେ । ୨୦୧୭-୧୮ ଆର୍ଥିକ ବର୍ଷରେ ଇପିଏଫଓ ପକ୍ଷରୁ ଜମା ଉଠାଣ ଉପରେ ୮.୫୫ ପ୍ରତିଶତ ସୁଧହାର ପ୍ରଦାନ କରାଯାଉଥିଲା ।

ସମ୍ବନ୍ଧିତ ଖବର