ନବୀନଙ୍କ ଅନୁରୋଧ ରଖିଲେ ମୋଦୀ, ଖୋଲା ବଜାରରେ ଟିକା ବିକିପାରିବେ କମ୍ପାନି

ନୂଆଦିଲ୍ଲୀ : ଏଣିକି ରାଜ୍ୟ ସରକାରମାନେ ସିଧାସଳଖ ଟିକା କମ୍ପାନିମାନଙ୍କଠାରୁ କରୋନା ଟିକା ଖରିଦ କରିପାରିବେ । ଆଜି କେନ୍ଦ୍ର ସରକାରଙ୍କ ପକ୍ଷରୁ ଘୋଷିତ ୩ୟ ପର୍ଯ୍ୟାୟ କରୋନା ଟିକାକରଣ କାର୍ଯ୍ୟକ୍ରମ ଅନୁସାରେ ଟିକା କମ୍ପାନିମାନେ ନିଜ ଉତ୍ପାଦିତ ଟିକାର ଅଧା କେନ୍ଦ୍ର ସରକାରଙ୍କୁ ପ୍ରଦାନ କରିବେ । ଅବଶିଷ୍ଟ ଅଧା ରାଜ୍ୟ ସରକାର ଓ ଖୋଲା ବଜାରରେ ବିକ୍ରି କରିପାରିବେ । କମ୍ପାନିମାନେ ଏହି ଅବଶିଷ୍ଟ ଅର୍ଦ୍ଧେକ ଟିକାର ମୂଲ୍ୟ  ମେ ୧ ପୂର୍ବରୁ ଘୋଷଣା କରିବେ ।

କେନ୍ଦ୍ର ସରକାର  ଖୋଲା ବଜାରରେ ଟିକା ବିକ୍ରି କରିବାକୁ ଓ ରାଜ୍ୟମାନଙ୍କୁ ଟିକା କିଣିବାକୁ ଅନୁମତି ଦେବାକୁ ରାଜ୍ୟ ସରକାରମାନେ ପୂର୍ବରୁ ଦାବି କରିଆସୁଥିଲେ । ଗତ ସପ୍ତାହରେ ଓଡ଼ିଶା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମଧ୍ୟ ଟିକା ଖୋଲା ବଜାରରେ ବିକ୍ରି କରିବାକୁ ଅନୁରୋଧ କରି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ପତ୍ର ଲେଖିଥିଲେ ।

ଅନ୍ୟପକ୍ଷରେ କେନ୍ଦ୍ର ସରକାର କିଣୁଥିବା ଟିକାଗୁଡ଼ିକୁ ପୂର୍ବପରି ରାଜ୍ୟ ସରକାରମାନଙ୍କୁ ମାଗଣାରେ ଯୋଗାଇଦିଆଯିବ । ତେବେ ଯେଉଁ ରାଜ୍ୟରେ ସଂକ୍ରମଣ ବଢିଚାଲିଥିବ, ଯେଉଁ ରାଜ୍ୟରେ ଟିକାକରଣ ଠିକ ଭାବରେ ଚାଲିଥିବ ଓ ଯେଉଁ ରାଜ୍ୟରେ ଟିକା ଅପଚୟ କମ ଥିବା ସେହି ରାଜ୍ୟମାନଙ୍କୁ ଅଧିକ ଟିକା ପ୍ରଦାନ କରାଯିବ ।

ସମ୍ବନ୍ଧିତ ଖବର