କେନ୍ଦ୍ରୀୟ ଶିକ୍ଷାନୁଷ୍ଠାନଗୁଡ଼ିକରେ ମେ’ ମାସରେ ହେବାକୁ ଥିବା ସବୁ ଅଫଲାଇନ ପରୀକ୍ଷା ବାତିଲ

ନୂଆଦିଲ୍ଲୀ : ଦେଶରେ କରୋନା ସଂକ୍ରମଣର ଦ୍ରୁତ ବୃଦ୍ଧି ପରିପ୍ରେକ୍ଷୀରେ କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରାଳୟ ପକ୍ଷରୁ ସବୁ କେନ୍ଦ୍ରୀୟ ଶିକ୍ଷାନୁଷ୍ଠାନରେ ମେ ମାସରେ ହେବାକୁ ଥିବା ସବୁ ଅଫଲାଇନ ପରୀକ୍ଷାକୁ ବାତିଲ କରିବାକୁ ନିର୍ଦ୍ଦେଶ ଦିଆଯ଼ାଇଛି । ଏସବୁ କେନ୍ଦ୍ରୀୟ ଶିକ୍ଷାନୁଷ୍ଠାନ ମଧ୍ୟରେ ରହିଛି ଆଇଆଇଟି, ଏନଆଇଟି, ଟ୍ରିପଲଆଇଟି ଓ ସମସ୍ତ କେନ୍ଦ୍ରୀୟ ବିଶ୍ବ ବିଦ୍ୟାଳୟ ।

କେନ୍ଦ୍ର ଉଚ୍ଚ ଶିକ୍ଷା ସଚିବ ଅମିତ ଖରେ ସବୁ କେନ୍ଦ୍ରୀୟ ଶିକ୍ଷାନୁଷ୍ଠାନର ମୁଖ୍ୟମାନଙ୍କୁ ପତ୍ର ଲେଖି ମେ ମାସରେ ହେବାକୁ ଥିବା ସମସ୍ତ ଅଫଲାଇନ ପରୀକ୍ଷା ରଦ୍ଦ ପାଇଁ ନିର୍ଦ୍ଦେଶ ଦେଇଛନ୍ତି । ତେବେ ସବୁ ପ୍ରକାରର ଅନଲାଇନ ପରୀକ୍ଷା ଚାଲୁ ରହିବ  । ଆସନ୍ତା ଜୁନ ପ୍ରଥମ ସପ୍ତାହରେ ପରିସ୍ଥିତିକୁ ଦେଖି ଏହି ନିଷ୍ପତ୍ତିର ପୁନର୍ବିଚାର କରାଯ଼ିବ । ସେହିପରି ଅନୁଷ୍ଠାନରେ ଥିବା ଯଦି କୌଣସି ବ୍ୟକ୍ତି କୌଣସି ପ୍ରକାରର ସହାୟତା ମାଗନ୍ତି ତାଙ୍କୁ ତୁରନ୍ତ ସହାୟତା ଦିଆଯ଼ାଉ । ସେହିପରି ଅନୁଷ୍ଠାନରେ କୋଭିଡ କଟକଣାର କଡ଼ାକଡ଼ି ପାଳନ ନିଶ୍ଚିତ କରିବାକୁ ଓ ସବୁ ଯ଼ୋଗ୍ୟ ଲୋକମାନଙ୍କୁ ଟିକାଗ୍ରହଣ ପାଇଁ ପ୍ରେତ୍ସାହିତ କରିବାକୁ କୁହାଯ଼ାଇଛି ।

ସମ୍ବନ୍ଧିତ ଖବର