ଖଲିସ୍ତାନ ମୁକ୍ତି ବାହିନୀକୁ ନିଷିଦ୍ଧ ଘୋଷଣା କଲେ ଭାରତ ସରକାର

ନୂଆଦିଲ୍ଲୀ : ଭାରତ ପ୍ରତି ଖଲିସ୍ତାନୀ ଆତଙ୍କବାଦୀଙ୍କ ଆତଙ୍କ ବଢୁଛି । ବିଶେଷକରି ପାକିସ୍ତାନୀ ଗୁଇନ୍ଦା ସଂସ୍ଥା ଆଇଏସଆଇ ଏହି ସଂଗଠନକୁ ପୁଣି ଛିଡା କରିବାକୁ ଉଦ୍ୟମ କରୁଥିବାରୁ ଭାରତ ସରକାର କେତେକ ସତର୍କତାମୂଳକ ପଦକ୍ଷେପ ଗ୍ରହଣ କରିଛନ୍ତି । ପ୍ରଥମ ପଦକ୍ଷେପସ୍ୱରୂପ ଖଲିସ୍ତାନ ମୁକ୍ତି ବାହିନୀକୁ ଭାରତ ସରକାର ନିଷିଦ୍ଧ ଘୋଷଣା କରିଛନ୍ତି । ବିଗତ କିଛି ମାସମଧ୍ୟରେ ଏହି ସଂଗଠନ ଦ୍ୱାରା ଅନେକ ଷଡଯନ୍ତ୍ର ଓ ହିଂସାକାଣ୍ଡ ଧରାପଡିବା ପରେ ସରକାର ଏହି ପଦକ୍ଷେପ ନେଇଛନ୍ତି । ଖଲିସ୍ତାନ ସଂଗଠନ ଏବେ ପାକିସ୍ତାନ, କାନାଡା ଓ ଲଣ୍ଡନରେ ନିଜର ଆଡ୍ଡା କରିଛନ୍ତି ।

ସୂଚନାଯୋଗ୍ୟ ଯେ ୮୦ ଦଶକରେ ପଂଜାବରେ ଖଲିସ୍ତାନୀ ଆତଙ୍କବାଦ ଚରମସୀମାରେ ପହଞ୍ଚିଥିଲା । ତେବେ ଏବେ ପାକିସ୍ତାନର ଆଇଏସଆଇ ପୁଣି ଥରେ ସେମାନଙ୍କୁ ଉସୁକେଇବାକୁ ଷଡଯନ୍ତ୍ର କରୁଛି । କାନାଡା ବ୍ରିଟେନ ପ୍ରଭୃତି ଦେଶରେ ରହି ଖଲିସ୍ତାନୀ ସମର୍ଥକ ଏକାଠି ହେଉଛନ୍ତି । ଏମାନଙ୍କୁ ପାକିସ୍ତାନ ଗୁଇନ୍ଦା ସଂସ୍ଥା ଆଇଏସଆଇ ଅସ୍ତ୍ରଶସ୍ତ୍ର ଓ ଆର୍ଥିକ ସହାୟତା ଦେଉଥିବା ଜଣାଯାଉଛି । ଆଇଏସଆଇ ଏବେ ଖଲିସ୍ଥାନ ଆନ୍ଦୋଳନକୁ ପୁଣିଥରେ ଜୀବିତ କରିବାକୁ ଉଦ୍ୟମ ଚଳାଇଛି । ବ୍ରିଟେନ, ଅଷ୍ଟ୍ରେଲିଆ, କାନାଡା ଆଦି ସ୍ଥାନରେ ଥିବା ଖଲିସ୍ତାନୀ ସମର୍ଥକଙ୍କୁ ଏବେ ଗୋପନରେ ସହାୟତା କରୁଛି ଆଇଏସଆଇ ।

ସମ୍ବନ୍ଧିତ ଖବର