କ୍ୟାବିନେଟ୍‌ ବୈଠକର ‘ମର୍ଫଡ୍‌ ‌ଭିଡିଓ’ ଏବଂ ଘୃଣ୍ୟ ବିଷୟବସ୍ତୁ ପ୍ରସାରଣ କରୁଥିବା ସାମାଜିକ ଗଣମାଧ୍ୟମ ହ୍ୟାଣ୍ଡେଲ୍‌କୁ ବ୍ଲକ୍‌ କଲେ ସରକାର

ନୂଆଦିଲ୍ଲୀ: କ୍ୟାବିନେଟ୍‌ ବୈଠକର ‘ମର୍ଫଡ୍‌ ଭିଡିଓ’ (ସାମାନ୍ୟ ପରିବର୍ତ୍ତନ କରାଯାଇଥିବା ଭିଡିଓ) ଏବଂ ଘୃଣ୍ୟ ବିଷୟବସ୍ତୁ ପ୍ରସାରଣ କରୁଥିବା କେତେକ ଟୁଇଟର୍‌, ଫେସ୍‌ବୁକ୍‌ ଏବଂ ଟେଲିଗ୍ରାମ୍‌ ଆକାଉଣ୍ଟ୍‌ ବିରୋଧରେ ସୂଚନା ଓ ପ୍ରଯୁକ୍ତିବିଦ୍ୟା ମନ୍ତ୍ରାଳୟ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛନ୍ତି।

ଅଡିଓ ସୁପର୍‌ଇମ୍ପୋଜ୍‌ କରାଯାଇ କ୍ୟାବିନେଟ୍‌ ବୈଠକର ଏକ ‘ମର୍ଫଡ୍‌ ଭିଡିଓ’ ନିକଟରେ ପ୍ରସାରଣ କରାଯାଇଛି ବୋଲି ଅଭିଯୋଗ ହୋଇଥିଲା। ସେହି ଧରଣର ଅନ୍ୟ କେତେକ ଆପତ୍ତିଜନକ ଭିଡିଓ ମଧ୍ୟ ସାମାଜିକ ଗଣମାଧ୍ୟମରେ ପ୍ରସାରିତ ହେଉଛି।

ତେଣୁ, ୭୩ଟି ସନ୍ଦିଗ୍ଧ ଟୁଇଟର୍‌ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି, ୪ଟି ୟୁଟ୍ୟୁବ୍‌ ଭିଡିଓ ଉଡ଼ାଇ ଦେଇଛି ଏବଂ ଗୋଟାଏ ଇନ୍‌ଷ୍ଟାଗ୍ରାମ୍‌ ଗେମ୍‌ ବାହାର କରି ଦିଆଯାଇଛି ବୋଲି ସୂଚନା ଓ ପ୍ରଯୁକ୍ତିବିଦ୍ୟା ମନ୍ତ୍ରାଳୟ ରାଷ୍ଟ୍ରମନ୍ତ୍ରୀ ରାଜୀବ ଚନ୍ଦ୍ରଶେଖର ଟୁଇଟ୍‌ କରି କହିଛନ୍ତି।

Image Courtesy of Business Today

ଉପରୋକ୍ତ ଆକାଉଣ୍ଟ୍‌ଗୁଡ଼ିକର ମାଲିକମାନଙ୍କୁ ଚିହ୍ନଟ କରାଯାଇଛି। ସେମାନଙ୍କ ବିରୋଧରେ ବିହିତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବା ସହ ସେମାନଙ୍କ କାର୍ଯ୍ୟାବଳିର ସମୀକ୍ଷା କରାଯିବ।

ମହିଳାମାନଙ୍କ ସମ୍ବନ୍ଧରେ ଅସମ୍ମାନଜନକ ବିଷୟବସ୍ତୁ ପ୍ରସାରରେ ସମ୍ପୃକ୍ତ ଥିବା ଟେଲିଗ୍ରାମ୍‌ ଏବଂ ଫେସ୍‌ବୁକ୍‌ ଆକାଉଣ୍ଟ୍‌ଗୁଡ଼ିକ ବିରୋଧରେ ମଧ୍ୟ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି।

ଉପରୋକ୍ତ ଆକାଉଣ୍ଟ୍‌ଗୁଡ଼ିକ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି ବୋଲି ସୁନିଶ୍ଚିତ କରାଇବାକୁ ମନ୍ତ୍ରାଳୟ ୟୁଟ୍ୟୁବ୍‌, ଫେସ୍‌ବୁକ୍‌, ଟୁଇଟର୍‌ ଏବଂ ଟେଲିଗ୍ରାମ୍‌ ଆଦି ସାମାଜିକ ଗଣମାଧ୍ୟକୁ କହିଛନ୍ତି।

ସମ୍ବନ୍ଧିତ ଖବର