ପୁଣି ବାତିଲ ହେଲା ଦୁଇଟି ଚୀନ କମ୍ପାନୀଙ୍କ ୮୦୦ କୋଟିର କାର୍ଯ୍ୟାଦେଶ

ନୂଆଦିଲ୍ଲୀ: ଭାରତ-ଚୀନ ସୀମାରେ ଉତ୍ତେଜନା ହ୍ରାସ ପାଇବା ପରେ ମଧ୍ୟ ସରକାର ଚୀନ୍‌କୁ ଆର୍ଥିକ କ୍ଷତି ପହଞ୍ଚାଇବାକୁ ଚେଷ୍ଟା ଜାରି ରଖିଛନ୍ତି। ବର୍ତ୍ତମାନ ଦିଲ୍ଲୀ-ମୁମ୍ବାଇ ଏକ୍ସପ୍ରେସୱେ ପ୍ରକଳ୍ପରୁ ଦୁଇଟି ଚୀନ କମ୍ପାନୀର ବିଡ୍ ବାତିଲ କରାଯାଇଛି। ଏହି ଚୁକ୍ତିନାମାର ମୂଲ୍ୟ ପ୍ରାୟ ୮୦୦ କୋଟି ଥିଲା। ଅଧିକାରୀମାନେ ଏହି କମ୍ପାନୀଗୁଡିକୁ କାର୍ଯ୍ୟାଦେଶ ଦେବାକୁ ମନା କରି ଦେଇଛନ୍ତି ଏବଂ ବର୍ତ୍ତମାନ ଦ୍ୱିତୀୟ ସର୍ବନିମ୍ନ ହାରରେ ବିଡ୍ କରୁଥିବା ଫାର୍ମକୁ କାର୍ଯ୍ୟାଦେଶ ଦିଆଯିବ। ଏହି କାର୍ଯ୍ୟାଦେଶ ଦିଲ୍ଲୀ-ମୁମ୍ବାଇ ଏକ୍ସପ୍ରେସୱେ ପାଇଁ ଥିବାବେଳେ ଉଭୟ କମ୍ପାନୀ ଚାଇନା ଜିଗାଙ୍ଗସି କନଷ୍ଟ୍ରକସନ ଇଞ୍ଜିନିୟରିଂ କର୍ପୋରେସନର ସହାୟକ ଥିଲେ |

ଇକୋନୋମିକ୍ ଟାଇମ୍ସରେ ପ୍ରକାଶିତ ଏକ ରିପୋର୍ଟ ଅନୁଯାୟୀ, ଜଣେ ସରକାରୀ ଅଧିକାରୀ କହିଛନ୍ତି ଯେ ରାଜପଥ ଏବଂ ସଡକ ପରିବହନ ମନ୍ତ୍ରଣାଳୟ ପ୍ରାୟ ୮୦୦ କୋଟି ଟଙ୍କା ମୂଲ୍ୟର ଏହି ଚୁକ୍ତିନାମାକୁ ବାତିଲ କରିଦେଇଛି। ଉଭୟ କମ୍ପାନୀ ବିଡିଂରେ ସଫଳ ହୋଇଥିଲେ ମଧ୍ୟ ସେମାନଙ୍କୁ କାର୍ଯ୍ୟାଦେଶ ଦିଆଯାଇନଥିଲା। ଚୁକ୍ତିନାମା ବର୍ତ୍ତମାନ ଦ୍ୱିତୀୟ ସର୍ବନିମ୍ନ ବିଡିଂ କମ୍ପାନୀକୁ ପ୍ରଦାନ କରାଯିବ। ନିକଟରେ ସଡକ ପରିବହନ ଏବଂ ରାଜପଥ ମନ୍ତ୍ରୀ ନିତିନ ଗଡକରୀ ଘୋଷଣା ଥିଲେ ଯେ ଚାଇନାର କମ୍ପାନୀଗୁଡିକ ରାଜପଥ ପ୍ରକଳ୍ପରୁ ବାହାର କରିଦିଆଯିବ |

ଏହାପୂର୍ବରୁ ଭାରତୀୟ ରେଳ ଚୀନ୍ କମ୍ପାନୀକୁ ଦିଆଯାଇଥିବା ସିଗନାଲ୍ ପାଇଁ ୪୭୧ କୋଟି ଟଙ୍କାର ଚୁକ୍ତିନାମାକୁ ବାତିଲ କରି ଦେଇଛି। ଏହି ଚୁକ୍ତିନାମା ପ୍ରଥମେ ବେଜିଂ ନ୍ୟାସନାଲ ରେଲୱେ ରିସର୍ଚ୍ଚ ଆଣ୍ଡ ଡିଜାଇନ ଇନଷ୍ଟିଚ୍ୟୁଟ୍ ଏବଂ ଟେଲିକମ୍ ନେଟୱାର୍କକୁ ପ୍ରଦାନ କରାଯାଇଥିଲା। ଏହି କମ୍ପାନୀ କାନପୁରରୁ ଦିନଦୟାଲ ଉପାଧ୍ୟାୟ ନଗର ମଧ୍ୟରେ ଥିବା ୪୧୭ କିଲୋମିଟରର ରାସ୍ତା କାମ କରୁଥିଲା | କମ୍ପାନୀ ମଧ୍ୟ ପ୍ରାୟ ୨୦ ପ୍ରତିଶତ କାର୍ଯ୍ୟ କରିସାରିଥିଲା ।

ସମ୍ବନ୍ଧିତ ଖବର