ନିତ୍ୟାନନ୍ଦଙ୍କ ପାସପୋର୍ଟ ବାତିଲ କଲେ ସରକାର

ନୂଆଦିଲ୍ଲୀ : ଦୁଷ୍କର୍ମ ଅଭିଯୁକ୍ତ ଆତ୍ମଘୋଷିତ ଧର୍ମଗୁରୁ ସ୍ବାମୀ ନିତ୍ୟାନନ୍ଦଙ୍କ ପାସପୋର୍ଟ ବାତିଲ କରିଦେଇଛନ୍ତି ସରକାର। ବିଦେଶ ବ୍ୟାପାର ମନ୍ତ୍ରାଳୟ ମୁଖପାତ୍ର ରବୀଶ କୁମାର କହିଛନ୍ତି, ବିଦେଶରେ ଥିବା ସମସ୍ତ ଭାରତୀୟ ମିସନ୍‌ ଏବଂ ପୋଷ୍ଟ୍‌ ଗୁଡ଼ିକୁ ଅଧିକ ସତର୍କ କରାଯାଇଛି। କୌଣସି ସୂଚନା ପାଇଲେ ସଙ୍ଗେସଙ୍ଗେ ସରକାରଙ୍କୁ ଅବଗତ କରିବାପାଇଁ କୁହାଯାଇଛି। ଏହାଦ୍ବାରା ନିତ୍ୟାନନ୍ଦଙ୍କୁ ସହଜରେ ଚିହ୍ନଟ କରିହେବ। କୁମାର କହିଛନ୍ତି ନିତ୍ୟାନନ୍ଦଙ୍କ ପାସପୋର୍ଟ ୨୦୧୮ରେ ଏହାର ଅବଧି ସରିବା ପୂର୍ବରୁ ବାତିଲ କରାଯାଇଥିଲା। ତେବେ ନୂଆ ପାସପୋର୍ଟ ପାଇଁ ଆବେଦନ ହୋଇଥିଲେ ମଧ୍ୟ ଏହାକୁ ପ୍ରତ୍ୟାଖ୍ୟାନ କରାଯାଇଛି ବୋଲି ସେ କହିଛନ୍ତି।

ସମ୍ବନ୍ଧିତ ଖବର