ଶରଦ ଯାଦବଙ୍କୁ ମିଳିବନି ଭତ୍ତା ଓ ଦରମା

ନୂଆଦିଲ୍ଳୀ: ରାଜ୍ୟସଭାରୁ ଅଯୋଗ୍ୟ ଘୋଷିତ ପୂର୍ବତନ ଜେଡିୟୁ ନେତା ଶରଦ ଯାଦବଙ୍କୁ ଦରମା ଓ ଭତ୍ତା ମିଳିବନି। ସେ କେବଳ ସରକାରୀ ବଙ୍ଗଳାରେ ରହିପାରିବେ। ଶରଦ ଯାଦବଙ୍କ ମାମଲାରେ ଦିଲ୍ଲୀ ହାଇକୋର୍ଟଙ୍କ ରାୟକୁ ସଂଶୋଧନ କରି ଆଜି ସୁପ୍ରିମକୋର୍ଟ ଏଭଳି ରାୟ ଦେଇଛନ୍ତି। ବିଚାରପତି ଅଶୋକ ଭୂଷଣ ଓ ଆଦର୍ଶ ଗୋଏଲଙ୍କ ଖଣ୍ଡପୀଠ ଜେଡିୟୁ ନେତା ରାମଚନ୍ଦ୍ର ପ୍ରସାଦ ସିଂହଙ୍କ ଦ୍ୱାରା ଦାଏର କରାଯାଇଥିବା ମାମଲାର ଶୁଣାଣି କରି ଗତବର୍ଷ ଡିସେମ୍ବର ୧୫ ତତାରିଖରେ ଦିଲ୍ଲୀ ହାଇକୋର୍ଟ ଦେଇଥିବା ରାୟରେ ସଂଶୋଧନ କରିଛନ୍ତି। ଶରଦ ଯାଦବ ଅଯୋଗ୍ୟ ଘୋଷିତ ହୋଇଥିବା ସତ୍ତ୍ୱେ ହାଇକୋର୍ଟ ତାଙ୍କୁ ଦରମା ଓ ଭତ୍ତା ଦେବାନେଇ ଦେଇଥିବା ରାୟକୁ ବିରୋଧ କରି ଶ୍ରୀ ସିଂହ ସୁପ୍ରିମକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ। ଉଲ୍ଲେଖଯୋଗ୍ୟ, ଗତବର୍ଷ ଡିସେମ୍ବର ୪ ତାରିଖରେ ରାଜ୍ୟସଭା ସଭାପତି ଶରଦ ଯାଦବ ଓ ଅଲୀ ଅନଓ୍ଵରଙ୍କୁ ରାଜ୍ୟସଭାରୁ ଅଯୋଗ୍ୟ ଘୋଷିତ କରିଥିଲେ।

ସମ୍ବନ୍ଧିତ ଖବର