ବାୟୁସେନା ପାଇଁ ୬ଟି ଆକାଶ ଏୟାର ଡିଫେନ୍ସ ସିଷ୍ଟମ ଖରିଦ ପ୍ରସ୍ତାବକୁ ସରକାରୀ ମଂଜୁରୀ

ନୂଆଦିଲ୍ଲୀ : ଭାରତୀୟ ବାୟୁସେନା ପାଇଁ ୬ ସ୍କ୍ଵାର୍ଡନ ଆକାଶ ଏୟାର ଡିଫେନ୍ସ ସିଷ୍ଟମ ଖରିଦ କରିବାକୁ କେନ୍ଦ୍ର ସରକାର ମଂଜୁରୀ ଦେଇଛନ୍ତି । ଏହି ଏୟାର ଡିଫେନ୍ସ ସିଷ୍ଟମଗୁଡ଼ିକ ପାକିସ୍ତାନ ଓ ଚୀନ ସୀମାରେ ମୁତୟନ ହେବ । ନିକଟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ଥିବା ପ୍ରତିରକ୍ଷା ସଂପର୍କିତ କ୍ୟାବିନେଟ କମିଟି ଏହି ପ୍ରସ୍ତାବକୁ ମଂଜୁରୀ ଦେଇଛି । ସରକାରଙ୍କ ଏହି ନିଷ୍ପତ୍ତି ସଂପର୍କରେ ପ୍ରତିରକ୍ଷା ମନ୍ତ୍ରାଳୟ ପକ୍ଷରୁ ବାୟୁସେନାକୁ ଅବଗତ କରାଯାଇଛି । ଏହି ୬ଟି ଆକାଶ ଏୟାର ଡିଫେନ୍ସ ସିଷ୍ଟମ ସହ ବାୟୁସେନା ପକ୍ଷରୁ ଅର୍ଡର ଦିଆଯାଇଥିବା ଆକାଶ ସିଷ୍ଟମ ସଂଖ୍ୟା ୧୫ରେ ପହଞ୍ଚିଛି ।
ଗତ ବର୍ଷ ଅନୁଷ୍ଠିତ ହୋଇଥିବା ସୂର୍ଯ୍ୟଲଙ୍କା ଯୁଦ୍ଧାଭ୍ୟାସ ବେଳେ ଭାରତର ଆକାଶଏୟାର ଡିଫେନ୍ସ ସିଷ୍ଟମ ଓ ଇସ୍ରାଏଲର ଏକ ଏୟାର ଡିଫେନ୍ସ ସିଷ୍ଟମର ମିଳିତ ପରୀକ୍ଷଣ କରାଯାଇଥିଲା । ଏହି ପରୀକ୍ଷଣରେ ଆକାଶ ସିଷ୍ଟମର ପ୍ରଦର୍ଶନ ସବୁଠାରୁ ଭଲ ଥିଲା । ଏହା ଫଳରେ ଏହି ସିଷ୍ଟମ ଉପରେ ବାୟୁସେନାର ଭରଷା ବଢିଯାଇଛି ।  ଡିଆରଡିଓ ପକ୍ଷରୁ ସ୍ୱଦେଶୀ ଜ୍ଞାନକୌଶଳରେ ଏହାକୁ ବିକଶିତ କରାଯାଇଛି ।

ସମ୍ବନ୍ଧିତ ଖବର