ଏସସି/ଏସଟି ଆଇନ: ଅଧ୍ୟାଦେଶ ଜାରି ଲାଗି ସରକାରଙ୍କ ବିଚାର !

ନୂଆଦିଲ୍ଲୀ: ସୁପ୍ରିମ କୋର୍ଟଙ୍କ ଦ୍ୱାରା ଅନୁସୂଚୀତ ଜାତି ଓ ଜନଜାତି  ଆଇନକୁ କୋହଳ କରିବାପରେ ସାରା ଦେଶରେ ଦଳିତ ସଂଗଠନମାନେ ତାହାର ବିରୋଧ କରୁଛନ୍ତି ।   ଏଥିପାଇଁ ଭାରତ ବନ୍ଦ ଡକରା ମଧ୍ୟ ଦିଆଯାଇଥିଲା । ଏହା ପରେ ସରକାର ବାଧ୍ୟ ହୋଇ ସୁପ୍ରିମ କୋର୍ଟରେ ଏକ ରିଭ୍ୟୁ ପିଟିସନ ଦାଖଲ କରିଥିଲେ । ତେବେ ଏହାକୁ ସୁପ୍ରିମ କୋର୍ଟ ଅଗ୍ରାହ୍ୟ କରିଦେଇଥିଲେ । କିନ୍ତୁ ଏହାକୁ ନେଇ ଦେଶର ଦଳିତ ଆନ୍ଦୋଳନ ତେଜିବାରେ ଲାଗିଛି ।  ସରକାର ମଧ୍ୟ ଏହାକୁ ନେଇ ଚାପରେ ଅଛନ୍ତି । ଏହାକୁ ଦୃଷ୍ଟିରେ ରଖି ସରକାର ଏକ ଅଧ୍ୟାଦେଶ ଆଣିବାକୁ ଯୋଜନା କରୁଛନ୍ତି । ଏହି ଅଧ୍ୟାଦେଶ ଜରିଆରେ ଏସସି/ଏସଟି ଆଇନର ପୁରୁଣା ବ୍ୟବସ୍ଥା ଗୁଡ଼ିକୁ ପୁଣି ଫେରାଇ ଅଣାଯିବ ଓ ସୁପ୍ରିମ କୋର୍ଟର ରାୟକୁ ଅକାମୀ କରିଦିଆଯିବ । ଏହି ଅଧ୍ୟାଦେଶ ପରେ ସଂସଦର ଆଗାମୀ ମୌସୁମୀ ଅଧିବେଶନରେ ଏନେଇ ଏକ ବିଲ୍‌ ଆଗତ କରାଯିବାକୁ ଯୋଜନା ଚାଲିଛି । ଗତ ଶୁକ୍ରବାରଦିନ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କହିଥିଲେ ଯେ ଏସସି/ଏସଟି ଆଇନକୁ ଦୂର୍ବଳ ହେବାକୁ ଦିଆଯିବ ନାହିଁ ।

ସମ୍ବନ୍ଧିତ ଖବର