୨୪ ଘଣ୍ଟାରେ ୧୪୯ଟି ନୂଆ ସଂକ୍ରମଣ; ଭାରତରେ ସମୁଦାୟ ଆକ୍ରାନ୍ତଙ୍କ ସଂଖ୍ୟା ୮୭୫

ନୂଆଦିଲ୍ଲୀ: ଶନିବାର ସକାଳ ସୁଦ୍ଧା ଭାରତରେ ୧୪୯ଟି ନୂଆ କରୋନାଭାଇରସ୍ ସଂକ୍ରମଣ ଜଣାପଡ଼ିବା ପରେ ଦେଶରେ ସମୁଦାୟ ଆକ୍ରାନ୍ତଙ୍କ ସଂଖ୍ୟା ୮୭୩କୁ ବୃଦ୍ଧି ପାଇଛି । ଗତ ୨୪ ଘଣ୍ଟା ମଧ୍ୟରେ ଏହା ହେଉଛି ସର୍ବେଚ୍ଚ ସଂକ୍ରମଣ ବୋଲି କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରାଳୟର ତଥ୍ୟରୁ ଜଣାପଡ଼ିଛି ।

ସ୍ୱାସ୍ଥ୍ୟ ମନ୍ତ୍ରାଳୟ ତଥ୍ୟ ଅନୁସାରେ, କୋଭିଡ୍-୧୯ରେ ଆକ୍ରାନ୍ତ ହୋଇ ଭାରତରେ ସମୁଦାୟ ୧୯ଜଣଙ୍କର ପ୍ରାଣହାନି ଘଟିଛି । ସମୁଦାୟ ୧୭୭ଜଣ ଆକ୍ରାନ୍ତ ହୋଇ ଦେଶର ପ୍ରଥମ ସ୍ଥାନରେ ମହାରାଷ୍ଟ୍ର ରହିଥିବା ବେଳେ ୧୬୫ଜଣ ସଂକ୍ରମିତ ହୋଇ କେରଳ ଦ୍ୱିତୀୟ ସ୍ଥାନରେ ରହିଛି ।ତ୍ୟୁ

ୱାର୍ଲଡମିଟର୍ ଆକଳନ ଅନୁସାରେ, ଶନିବାର ସକାଳ ସୁଦ୍ଧା ଭାରତରେ କରୋନାଭାଇରସ୍ ସଂକ୍ରମିତଙ୍କ ସଂଖ୍ୟା ୮୮୭ରେ ପହଞ୍ଚିଥିବା ବେଳେ ମୃତ୍ୟୁସଂଖ୍ୟା ୨୦କୁ ବୃଦ୍ଧି ପାଇଛି ।

Image Source: Hindustan Times

ଦୁଇ ସପ୍ତାହରୁ ଅଧିକ କେତୋଟି ଦିନ ମଧ୍ୟରେ ଭାରତରେ ଆକ୍ରାନ୍ତଙ୍କ ସଂଖ୍ୟା ମାତ୍ର ୫୦ରୁ ବୃଦ୍ଧି ପାଇ ୮୦୦ରେ ପହଞ୍ଚିଛି । ମାର୍ଚ ୧୧ ତାରିଖରେ ଭାରତରେ କରୋନାଭାଇରସ୍ ସଂକ୍ରମଣଜନିତ ପ୍ରଥମ ମୃତ୍ୟୁ ଘଟିଥିଲା ।

ଇଣ୍ଡିଆନ୍ କାଉନସିଲ ଅଫ୍ ମେଡିକାଲ ରିସର୍ଚ କହିଛି ଯେ ଦେଶରେ କୌଣସି ସାମାଜିକ ସଂକ୍ରମଣଜନିତ ମୃତ୍ୟୁ ହୋଇନାହିଁ ।

ଦେଶରେ କରୋନାଭାଇରସ୍ ସଂକ୍ରମଣ ପ୍ରତିରୋଧ କରିବାକୁ ୨୧ଦିନିଆ ଲକଡାଉନ୍ ଘୋଷଣା କରାଯାଇଛି ।

ସମ୍ବନ୍ଧିତ ଖବର