ନୂଆଦିଲ୍ଲୀ : କରୋନା ମୁକାବିଲା ପାଇଁ କେନ୍ଦ୍ର ଠାରୁ ରାଜ୍ୟ ସରକାରଙ୍କ ଯାଏଁ ସମସ୍ତେ ଜୋରଦାର ପ୍ରସ୍ତୁତି ଚଲାଇଛନ୍ତି । କରୋନାକୁ ଦୃଷ୍ଟିରେ ରଖି ବଜାରରେ ମାସ୍କର ଅଭାବ ଦେଖିବାକୁ ମିଳିଥିବା ବେଳେ ଅନେକ ସ୍ଥାନରେ ଚଢା ଦରରେ ବିକ୍ରି ହେଉଛି ମାସ୍କ ଏବଂ ସାନିଟାଇଜର । ତେବେ ଏସବୁ ସାମଗ୍ରୀ ଆବଶ୍ୟକ ଥିବାରୁ ଅଧିକ ଦରରେ କିଣିବାକୁ ଲୋକେ ବାଧ୍ୟ ହେଉଛନ୍ତି । ତେଣୁ ଲୋକଙ୍କ ଆବଶ୍ୟକତା ଆଉ କଳାବଜାରୀକୁ ଆଖି ଆଗରେ ରଖି କେନ୍ଦ୍ର ଯୋଗାଣ ମନ୍ତ୍ରୀ କଡା ନିଷ୍ପତ୍ତି ନେଇଛନ୍ତି ।
/sambad/media/post_attachments/wp-content/uploads/2020/02/mask-fm.jpg)
କେନ୍ଦ୍ର ଯୋଗାଣ ମନ୍ତ୍ରୀ ରାମବିଲାସ ପାଶ୍ୱାନ ବ୍ୟବସାୟୀଙ୍କୁ କଡା ତାଗିଦ କରିଛନ୍ତି କି, ୨୦୦ ମିଲିଲିଟର ହ୍ୟାଣ୍ଡ ସାନିଟାଇଜରର ଦାମ ୧୦୦ ଟଙ୍କାରୁ ଅଧିକ ହେବ ନାହିଁ । ସେହିପରି ୨ ଲେୟାର ବିଶିଷ୍ଟ ମାସ୍କର ଦାମ ୮ ଟଙ୍କା ଓ ୩ ଲେୟାର ବିଶିଷ୍ଟ ମାସ୍କର ଦାମ ୧୦ ଟଙ୍କା ରଖିବାକୁ କେନ୍ଦ୍ର ସରକାରଙ୍କ ନିର୍ଦ୍ଦେଶ ରହିଛି ।
हैंड सेनिटाइजर की 200 ML बोतल की खुदरा कीमत 100 रु. से अधिक नहीं होगी। अन्य आकार की बोतलों की कीमत भी इसी अनुपात में रहेंगी। ये कीमतें 30 जून 2020 तक पूरे देश में लागू रहेंगी। 3/3@drharshvardhan@narendramodi#IndiaFightsCorona
— Ram Vilas Paswan (@irvpaswan) March 20, 2020
କରୋନାକୁ ନେଇ ଲୋକେ ମାସ୍କ ଓ ସାନିଟାଇଜର କିଣୁଥିବାରୁ ଏଗୁଡିକର ବଜାର ଦର ଅହେତୁକ ଭାବେ ବଢିଯାଇଛି । ଲୋକଙ୍କ ଚାହିଦାକୁ ଦେଖି କଳାବଜାରୀ ଆରମ୍ଭ କରିଦେଇଛନ୍ତି କିଛି ଅସାଧୁ ବ୍ୟବସାୟୀ । ଏହାକୁ ନଜରରେ ରଖି କଡା ନିର୍ଦ୍ଦେଶ ଜାରି କରିଛନ୍ତି କେନ୍ଦ୍ର ଖାଉଟି ଓ ଖାଦ୍ୟ ଯୋଗାଣ ମନ୍ତ୍ରୀ । ଟ୍ୱିଟ କରି ଏ ନେଇ ସୂଚନା ଦେଇଛନ୍ତି ରାମବିଲାସ୍ ପାଶ୍ୱାନ ।
ସେହିପରି ମାସ୍କ ପ୍ରସ୍ତୁତି ପାଇଁ ବ୍ୟବହାର ହେଉଥିବା କପଡାର ଦାମ, ୧୨ ଫେବୃଆରି ପୂର୍ବରୁ ଯାହା ଥିଲା ତାକୁ ଅପରିବର୍ତ୍ତିତ ରଖିବାକୁ ନିର୍ଦ୍ଦେଶ ଦିଆଯାଇଛି । ଏକାଧିକ ଟ୍ୱିଟ କରି ଏହି ନିର୍ଦ୍ଦେଶନାମା ଜୁନ୍ ୩୦ ଯାଏଁ ବଳବତ୍ତର ରହିବ ବୋଲି ସ୍ପଷ୍ଟ କରିଛନ୍ତି ରାମବିଲାସ ପାଶ୍ୱାନ ।