ନୂଆଦିଲ୍ଲୀ : କେନ୍ଦ୍ର ସରକାର ଅଗଷ୍ଟ ୧୯, ୨୦୨୫ ରୁ ସେପ୍ଟେମ୍ବର ୩୦, ୨୦୨୫ ପର୍ଯ୍ୟନ୍ତ କଞ୍ଚା କପା ଆମଦାନୀ ଉପରେ ସମସ୍ତ  ସୀମା ଶୁଳ୍କ ବା କଷ୍ଟମ ଡ୍ୟୁଟି ଛାଡ଼ କରିଛନ୍ତି। ପୂର୍ବରୁ କପା ଆମଦାନୀ ଉପରେ ୧୧ ପ୍ରତିଶତ ଶୁଳକ ଲାଗୁ ହେଉଥିଲା । ଏଥିରେ ୫% ମୌଳିକ ସୀମା ଶୁଳ୍କ (ବିସିଡି), ୫% କୃଷି ଭିତ୍ତିଭୂମି ଏବଂ ବିକାଶ ସେସ୍ (ଏଆଇଡିସି) ଏବଂ ଉଭୟ ଉପରେ ୧୦% ସାମାଜିକ କଲ୍ୟାଣ ସରଚାର୍ଜକୁ ହଟାଇବା ଅନ୍ତର୍ଭୁକ୍ତ । 

Advertisment

ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ଦ୍ବାରା ଭାରତୀୟ ସାମଗ୍ରୀ ଉପରେ ୨୫% ଶୁଳକ ଲାଗୁ କରିବା ତାହାର ପ୍ରଭାବ ଭାରତୀୟ ବୟନ ଶିଳ୍ପ ଉପରେ ପଡ଼ିବାର ଆଶଙ୍କା ରହିଛି । ତାହାର ପ୍ରଭାବକୁ କମାଇବାକୁ ସରକାର ଏହି ପଦକ୍ଷେପ ନେଇଥିବା ମନେକରାଯାଉଛି ।

କେନ୍ଦ୍ରୀୟ ପରୋକ୍ଷ ଟିକସ ଏବଂ କଷ୍ଟମ ବୋର୍ଡ (ସିବିଆଇସି) ଦ୍ୱାରା ଅଧିସୂଚିତ ଏହି ନିଷ୍ପତ୍ତି, ସୂତା, କପଡ଼ା, ପୋଷାକ ଏବଂ ମେକ-ଅପ୍ ସମେତ ବୟନ ମୂଲ୍ୟ ଶୃଙ୍ଖଳରେ ଇନପୁଟ୍ ଖର୍ଚ୍ଚ ହ୍ରାସ କରିବ ଏବଂ ଉତ୍ପାଦନକାରୀ ଏବଂ ଗ୍ରାହକ ଉଭୟଙ୍କୁ ଅତ୍ୟନ୍ତ ଆବଶ୍ୟକୀୟ ଆଶ୍ୱସ୍ତି ପ୍ରଦାନ କରିବ ବୋଲି ଆଶା କରାଯାଉଛି। ଏହି ଛାଡ଼ ବୟନ ଶିଳ୍ପର ଏକ ନିୟମିତ ଦାବିକୁ ପୂରଣ କରିବ, ଯାହା ଘରୋଇ ମୂଲ୍ୟ ବୃଦ୍ଧି ଏବଂ ଯୋଗାଣ ଅଭାବ ଯୋଗୁଁ କପା ଉପରେ ଆମଦାନୀ ଡ୍ୟୁଟି ଉଚ୍ଛେଦ କରିବାକୁ ସରକାରଙ୍କୁ ଅନୁରୋଧ କରିଆସୁଥିଲେ।