ଜୁଲାଇ ୩୧ ଯାଏଁ ବନ୍ଦ ରହିବ ଅନ୍ତର୍ଜାତୀୟ ବିମାନ ଚଳାଚଳ

ନୂଆଦିଲ୍ଲୀ: ଭାରତରେ କରୋନା ସଂକ୍ରମଣର ତୃତୀୟ ଲହରକୁ ନଜରରେ ରଖି ଓ ବଢୁଥିବା କରୋନାର ଡେଲଟା ଭାରିଆଣ୍ଟ ସଂକ୍ରମଣକୁ ଦୃଷ୍ଟିରେ ରଖି ଡିଜିସିଏ ବଡ ନିଷ୍ପତ୍ତି ନେଇଛନ୍ତି । ଡିଜିସିଏଙ୍କ ନିର୍ଦ୍ଦେଶ ମୁତାବକ ଅନ୍ତର୍ଜାତୀୟ ଉଡାଣ କଟକଣାକୁ ଜୁଲାଇ ୩୧ ତାରିଖ ପର୍ଯ୍ୟନ୍ତ ବୃଦ୍ଧି କରାଯାଇଛି। କରୋନା ସଂକ୍ରମଣର ଦ୍ୱିତୀୟ ଲହର ବେଳେ ଅନ୍ତର୍ଜାତୀୟ ବିମାନ ଚଳାଚଳକୁ ଜୁନ ୩୦ ତାରିଖ ପର୍ଯ୍ୟନ୍ତ ବନ୍ଦ ରଖାଯାଇଥିଲା।

ଡିଜିସିଏ ଦ୍ୱାରା ଜାରି କରାଯାଇଥିବା ସର୍କୁଲାରରେ କୁହାଯାଇଛି କି, ଅନ୍ତର୍ଜାତୀୟ ବିମାନ ଚଳାଚଳ ଉପରେ ଲଗାଯାଇଥିବା ପ୍ରତିବନ୍ଧକ କାର୍ଗୋ ବିମାନ ଚଳାଚଳ ଉପରେ ଲାଗୁ ହେବନାହିଁ । ଏହାସହ ଡିଜିସିଏ ଦ୍ୱାରା ଅନୁମତିପ୍ରାପ୍ତ କିଛି ବିମାନ ଚଳାଚଳ ଉପରେ ବି ଏହି ପ୍ରତିବନ୍ଧକ ଲାଗୁ ହେବ ନାହିଁ ।

5 ways to find last-minute flight deals online and on the phone
USA Today

ଉଲ୍ଲେଖଯୋଗ୍ୟ, କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ଭାରତରେ ମାର୍ଚ୍ଚ ୨୩, ୨୦୨୦ ତାରିଖ ଠାରୁ ଅନ୍ତର୍ଜାତୀୟ ଉଡାଣ ଉପରେ ପ୍ରତିବନ୍ଧକ ଲଗାଯାଇଥିଲା । ହେଲେ ମେ’ ୨୦୨୦ ରେ ଭାରତ ଅଭିଯାନ ଓ ଜୁଲାଇ ୨୦୨୦ରେ କିଛି ନିର୍ବାଚିତ ଦେଶ ମଧ୍ୟରେ ଦ୍ୱିପାକ୍ଷୀକ ଏୟାର ବବଲ ବ୍ୟବସ୍ଥାରେ ଅନ୍ତର୍ଜାତୀୟ ବିମାନ ଚଳାଚଳ କରୁଛି । ଏହି କ୍ରମରେ ଭାରତ ଆମେରିକା, ଦୁବାଇ, ଫ୍ରାନ୍ସ, କେନିଆ ସମେତ ୨୭ ଟି ଦେଶ ସହିତ ଏୟାର ବବଲ ବୁଝାମଣା କରିଛି । ଏହି ବୁଝାମଣା ଫଳରେ କିଛି ଅନ୍ତର୍ଜାତୀୟ ବିମାନ ଚଳାଚଳ କରିପାରିବ ।

ସମ୍ବନ୍ଧିତ ଖବର