ନୂଆଦିଲ୍ଲୀ: କରୋନାଭାଇରସ୍ ଆକ୍ରାନ୍ତଙ୍କୁ ନିକଟରୁ ଥାଇ ସେବା କରୁଥିବା, ସେନା କର୍ମଚାରୀ ଏବଂ ନିର୍ଦ୍ଦିଷ୍ଟ କେତେକ ଅନ୍ୟାନ୍ୟ ବର୍ଗର ବ୍ୟକ୍ତିବିଶେଷଙ୍କ ନିମନ୍ତେ ପ୍ରଥମ ବରାଦରେ କେନ୍ଦ୍ର ସରକାର ପ୍ରାୟ ୫୦ ଲକ୍ଷ କୋଭିଡ୍-୧୯ କିଣିବାକୁ ବିଚାର କରୁଛନ୍ତି।
ଏହି ପ୍ରସ୍ତାବର ଗୁରୁତ୍ବ ଉପରେ ବର୍ତ୍ତମାନ ଆଲୋଚନା ଚାଲିଛି। ରେଗୁଲେଟରି ଆବଶ୍ୟକତା ଆଦି ନିୟମ ଅନୁମୋଦନ ହୋଇଗଲେ ଏବଂ ଟିକା ଉପଲବ୍ଧ ହେଲେ ସରକାର ଯୋଗାଣ ଶୃଙ୍ଖଳ ଏବଂ ବଣ୍ଟନ ବ୍ୟବସ୍ଥା କରିବେ। ପାଖରୁ ଥାଇ କୋଭିଡ୍-୧୯ ଆକ୍ରାନ୍ତଙ୍କ ସେବା କରୁଥିବା ଏବଂ ସଂକ୍ରମଣ ପ୍ରତି ଉନ୍ମୁକ୍ତ ରହୁଥିବା ଅନ୍ୟାନ୍ୟ କର୍ମଚାରୀଙ୍କୁ ଏହି ଟିକା ପ୍ରଥମେ ଦିଆଯିବ। ଯୋଗାଣ ବ୍ୟବସ୍ଥା ବ୍ୟାପକ ହେଲେ ଯଥାଶୀଘ୍ର ସାଧାରଣ ଜନତାଙ୍କୁ ଏହି ଟିକା ମିଳିବାର ବ୍ୟବସ୍ଥା କରାଯିବ।
Image Courtesy of Deccan Heraldଏହାଛଡ଼ା ଗୋଟିଏ ସମୟରେ ଅର୍ଥାତ୍ ଏ ବର୍ଷ ଶେଷ କିଂବା ଆସନ୍ତାବର୍ଷ ପ୍ରାରମ୍ଭିକ ସମୟ ବେଳକୁ ଏକାଧିକ ଟିକା ପ୍ରସ୍ତୁତ ହୋଇଯାଉଥିବାରୁ ସ୍ବଦେଶୀ ଟିକା ଉତ୍ପାଦନକାରୀମାନେ ସରକାରଙ୍କୁ ଆବଶ୍ୟକ ଟିକା ସଂକ୍ରାନ୍ତରେ ଆକଳନ କରିବାକୁ କହିଥିବା କଥା ସରକାରୀ ଅଧିକାରୀମାନେ କହିଛନ୍ତି। ଚାହିଦା ଯେତେ ଅଧିକ ଥାଉ ନା କାହିଁକି, ଆକଳନ ଅନୁସାରେ ଟିକା ଯୋଗାଇ ଦିଆଯିବ ବୋଲି ସେମାନେ ପ୍ରତିଶ୍ରୁତି ଦେଇଛନ୍ତି।
ପ୍ରମୁଖ ଟିକା ଉତ୍ପାଦନକାରୀଙ୍କ ସଙ୍ଗେ ସୋମବାର ଦିନ ନୀତି ଆୟୋଗ ସଦସ୍ୟ ଭିକେ ପଲ୍ ଏବଂ ସ୍ବାସ୍ଥ୍ୟ ସଚିବ ରାଜେଶ ଭୂଷଣଙ୍କ ନେତୃତ୍ବାଧୀନ ଦେଶର କୋଭିଡ୍ ଟିକାକରଣ ବିଶେଷଜ୍ଞ ଦଳ ଯୋଗାଣ ବିଷୟରେ ବିଶଦ୍ ବିବରଣୀ ଦାଖଲ କରିବାକୁ କମ୍ପାନିମାନଙ୍କୁ କହିଛନ୍ତି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2020/08/cv-1.jpg)